ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ୟା

ପ୍ରବଚନ, ଭଜନ ଓ ଓଡିଶୀନୃତ୍ଯରେ କମ୍ପିଲା ମଞ୍ଚ ପୁରୀ,୧୩/୧୧- ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ଯାରେ ପ୍ରବଚନ ଭଜନ ଓ ଓଡିଶୀନୃତ୍ଯରେ କମ୍ପିଲା ମଞ୍ଚ । ଶହ ଶହ ହବିଷିଆଳି ବୃଦ୍ଧମାନଙ୍କର ଭକ୍ତିରେ ଭାବବିହ୍ବଳ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଭଗବାନ ସୁଆର ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ମହାପ୍ରଭୁଙ୍କ ଅଙ୍ଗେନିଭା କଥା କହିବା ସହ ମହାପ୍ରଭୁଙ୍କ ପାଖରେ ସମସ୍ତେ ଭାବ ଭକ୍ତିରେ ସମର୍ପଣ ହୋଇ କୃପା ଲାଭ କରନ୍ତୁ । ସମ୍ମାନିତ ଅତିଥି ଭାବେ ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସେବକ ଗଣେଶ କୁମାର ମହାସୁଆର, ମଞ୍ଚରେ ମହାପ୍ରଭୁଙ୍କ ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ମହୋତ୍ସବ ଅଭ୍ୟର୍ଥନା କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର, ଅଭ୍ୟର୍ଥନା କମିଟିର ସମ୍ପାଦକ ମଧୁସୂଦନ ମିଶ୍ର ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା, ବିରେନ୍ଦ୍ର କୁମାର ଶାସ୍ତ୍ରୀ ,ଗୋପୀନାଥ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ସଂଗଠକ ଶ୍ଯାମପ୍ରକାଶ ସେନାପତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ଯ ସଂଯୋଜକ ସତ୍ଯ ନାରାୟଣ ଦାଶ, ଜ୍ୟୋତିପ୍ରକାଶ ଜେନା, ତ୍ରିଲୋଚନ ରଥ, ରଘୁନାଥ ମହାନ୍ତି, ଗୋପୀନାଥ ମହାନ୍ତି,ଚିତ୍ତରଞ୍ଜନ ମହାନ୍ତି,ବିଶ୍ବନାଥ ଜଗଦେବ ବିଶ୍ବନାଥ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ ପ୍ରକମ୍ପିତ ହୋଇଥିଲା ମାଉସୀମାଙ୍କ ପୀଠ ପରିସର । ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନରେ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିବା ବେଳେ ହୁଳହୁଳି ହରିବୋଲ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସଭାସ୍ଥଳ । ଶ୍ରୀ କଳା ନିକେତନ ପୁରୀ ଅନୁଷ୍ଠାନର ଗୁରୁ ରୋଜାଲିନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଶ୍ରୀତ କମଳା ନୃତ୍ଯ ,ଯମୁନା କୁ ଜାଆନା, ନାଗେନ୍ଦ୍ର ହରାୟ,ଅଚ୍ଯୁତମ କେଶବମ୍, କୃଷ୍ଣ ରାସ ନୃତ୍ଯ ଓ କୃଷ୍ଣ ରାଧା ପ୍ରେମ ଭଜନ ପରିବେଷଣ କରାଯାଇଥିଲା ।

ବିଶ୍ବରୂପା, ସ୍ନେହାସିଗ୍ଧା, ସାଇଲିନ, ସ୍ନେହଲତା, ତନ୍ବୀ, ଆରାଧ୍ଯା, ଆରାଧ୍ଯାଦାସୀ, ଶ୍ରୀସଂପର୍ଣ୍ଣା, ସିଦ୍ଧିସ୍ବରୂପା, ସମୃଦ୍ଧି,ବାଗ୍ନିସାଇସ୍ମିତା, ପ୍ରିୟାଂଶୀ, ପ୍ରଜ୍ଞା, ନନ୍ଦିନୀ, ପୂରବି, ସ୍ନେହାଞ୍ଜଳି,ମାମା ଓ ସିନ୍ଧୂଜା ନୃତ୍ଯାଶଂରେ ଅଭିନୟ କରିଥିଲେ । ପ୍ରବକ୍ତା ମିନାକ୍ଷୀ ଶତପଥୀ ହରିକଥା ଓ ରାମନାମ ଶ୍ରବଣ କରାଇଥିଲେ । ଶେଷରେ ନିମାପଡାର ଯମୁନା ଆଶ୍ରମର କଳାକାରଙ୍କ ଦ୍ବାରା ଭାବ ଭକ୍ତିପୂର୍ଣ୍ଣ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଣ୍ଠଶିଳ୍ପୀ ଭାବେ ରୋନାଲୀ, ସୁଶ୍ରୀ ସସ୍ମିତା, ବର୍ଷା, ଶିବ, କୈଳାସ, ନିରଞ୍ଜନ, ସତ୍ଯରଞ୍ଜନ ଭାବ ଭକ୍ତିର ଭଜନ ଗାନ କରିଥିଲେ । ବାଦ୍ୟଯନ୍ତ୍ରରେ ବିଜୟ ,ସୁବାଷ, ଶିବ, ଧୁଡିଆ, ନୁରିଆ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସିଦ୍ଧାର୍ଥ ପଟ୍ଟନାୟକ,ଓ ଅଭିମନ୍ୟୁ କାନୁନଗୋ ସଂଯୋଜନା କରିଥିଲେ। ବହୁ ଶ୍ରଦ୍ଧାଳୁଙ୍କ ସମେତ ତୀର୍ଥଯାତ୍ରୀ ପର୍ଯ୍ୟଟକମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ । ମହୋତ୍ସବ କମିଟିର ସମସ୍ତ ସଦସ୍ଯମାନେ ଉପସ୍ଥିତ ରହି ଧାର୍ମିକ ମାହୋଲ ବାତାବରଣକୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *