ଜିଲ୍ଲା ପରିଷଦ ସପ୍ତମ ବୈଠକ ଅନୁଷ୍ଠିତ

ପୁରୀ- ତା. ୩୦.୧୦.୨୦୨୧- ଜିଲ୍ଲା ପରିଷଦ ସପ୍ତମ ବୈଠକ ସ୍ଥ‍ାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜଳ ଯୋଗାଣ ଓ ନଳକୂପ ବସାଇବା ଓ ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ହିତାଧିକାରୀ ମାନେ ଯେପରି ସୁବିଧାରେ ଭତ୍ତା ପାଇବେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ରକୁ ଗ୍ୟାସ ସଂଯୋଗ ନିମନ୍ତେ ପଦକ୍ଷେପ ନିଆଯାଉଛି । ୫୩୩ଟି କେନ୍ଦ୍ରକୁ ଆସବାବପତ୍ର ଯୋଗାଇ ଦିଆଯାଇଛି ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯିବ । ଜିଲ୍ଲାରେ ୨୧ଟି ୧୦୨ ଆମ୍ବୁଲାନ୍ସ ଓ ୨୭ଟି ୧୦୮ ଆମ୍ବୁଲାନ୍ସ ଚାଲୁଅଛି । ୧୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ୫ ଲକ୍ଷ, ୪୪ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦେଢ ଲକ୍ଷ ଟଙ୍କା ରୋଗୀ କଲ୍ୟାଣ ନିମନ୍ତେ ପ୍ରଦାନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ୪୧୭ଟି ରାସ୍ତା ମଧ୍ୟରୁ ୪୦୬ଟି କାମ ସରିଥିବା ବେଳେ ୭ଟି ସଂଯୋଗୀ ସେତୁ ମଧ୍ୟରୁ ୫ଟି କାର୍ଯ୍ୟ ଶେଷ ହୋଇଛି । ଉକ୍ତ ବୈଠକରେ ଅନ୍ୟ‍ାନ୍ୟ ପ୍ରସଙ୍ଗ ମଧ୍ୟରେ ସର୍ବଶିକ୍ଷା ଅଭିଯାନ, ଜିଲ୍ଲା ଶିକ୍ଷା ଅଧିକାରୀ, ପୁରୀ ନିମାପଡା ବିଦ୍ୟୁତ ବିଭାଗ, ଉଦ୍ୟାନ ଓ କୃଷି, ମତ୍ସ, ପଶୁପାଳନ, ଜଳସେଚନ ଓ ଜଳ ନିଷ୍କାସନ,ଯୋଗାଣ, ପୂର୍ତ୍ତ ଓ ଗୃହ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ପିପିଲିର ଦିବଂଗତ ବିଧାୟକ ଶ୍ରୀ ପ୍ରଦୀପ ମହାରଥୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର,ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ, ପିପିଲି ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦିପ୍ତିରାଣୀ ସ୍ବାଇଁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *