ସୋରଡ଼ାରେ ମା’ଗାୟତ୍ରୀଙ୍କ ଶକ୍ତି କଳସ ରଥଯାତ୍ରା

ସୋରଡ଼ା, ସୋରଡ଼ା ବ୍ଲକରେ ଆଜି ଗାୟତ୍ରୀମାତାଙ୍କ ଶକ୍ତି କଳଶ ରଥଯାତ୍ରା ଭ୍ରମଣ ହୋଇଛି। ଏହି ରଥ ଶାନ୍ତିକୁଞ୍ଜ ହରିଦ୍ଵାରରୁ ବାହାରି ଓଡ଼ିଶାର ସମଗ୍ର ଗ୍ରାମମାନଙ୍କୁ ପରିକ୍ରମା କରି ଆଜି ସୋରଡ଼ାଠାରେ ପହଁଚିଥିଲା। ଆଜି ସକାଳ ୭ଘଣ୍ଟା ସମୟରେ ଭଞ୍ଜନଗରରୁ ଶକ୍ତିରଥ ବାହାରି ନୂଆଗାଁ, ପାଲକଟୁ, କେଶରା, ନୂଆଁଗଡ,ଶୁରମଣି ହୋଇ ସୋରଡ଼ା ଅଭିମୁଖେ ଭଗବାନପୁର, ଗୋବିନ୍ଦପୂର,ଅସୁରବନ୍ଧ ପରିକ୍ରମା କରିଥିଲେ। ପରିଶେଷରେ ସୋରଡ଼ା ଗଣିଛକ, ରଥପଦା, ଆଡପମଣ୍ଡପ ପରିକ୍ରମାକରି ବଡଡ଼ାଣ୍ଡରେ ଏକ ଦୀପଯଜ୍ଞର ଆୟୋଜନ ହୋଇଥିଲା। ଏହି ଶକ୍ତି କଳସ ରଥରେ ପ୍ରମୁଖ ଭାବେ ହୃଷୀକେଶ ରାଉତ ସହଯୋଗୀ ଭାବେ ବିଜୟ କୁମାର ବେହେରା ରଥଚାଳକ ଭାବେ ଅନନ୍ତ ବଳିଆରସିଂ ଏବଂ ଗାୟତ୍ରୀ ଶକ୍ତି ପୀଠରେ ନିରଞ୍ଜନ ଗୌଡ, ସୁରେନ୍ଦ୍ର ଗୌଡ, ବିଷ୍ଣୁ ସାହୁ, ପ୍ରମୋଦ ଗୌଡ଼, ଉପେନ୍ଦ୍ର ପାତ୍ର, ଅମୂଲ୍ୟ ପାତ୍ର, କାଲୁ ଚରଣ ଗୌଡ, କାମରାଜ ମୁନୀ, ପ୍ରତିମା ପଣ୍ଡା, ଜାନକୀ ସାହୁ ଏହି ସୋରଡ଼ା ଗାୟତ୍ରୀ ନଗରର ସମସ୍ତ ମହିଳାଙ୍କ ସହଯୋଗରେ ଏହି ରଥ ପରିକ୍ରମା ହୋଇଥିଲା। ଅଞ୍ଚଳବାସି ଓ ଲୋକଙ୍କୁ ସଚେତନ କରାଇବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *