ପାରମ୍ପାରିକ ସାହିଯାତ ରେ କମ୍ପୁଛି ଶ୍ରୀକ୍ଷେତ୍ର

ବିଶ୍ବପ୍ରସିଦ୍ଧ ସାହିଯାତ ଅବସରରେ ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ବୀରବାଦ୍ୟରେ କମ୍ପିଛି ଶ୍ରୀକ୍ଷେତ୍ର। ଶ୍ରୀରାମ ଲୀଳା ଅବସରରେ ଦୋଳମଣ୍ଡପ ସାହି ଆଖଡ଼ା ପକ୍ଷରୁ ରାବଣ ଓ ହନୁମାନ ବାହାରିଥିଲା। ସକାଳେ ଦୋଳମଣ୍ଡପ ସାହି ଓ ରାତିରେ କୁଣ୍ଢେଇବେଣ୍ଟ ସାହି ପରିକ୍ରମା କରିବା ପରେ ଜଗନ୍ନାଥ ବଲ୍ଲଭ ମଠ ଠାରେ ଶ୍ରୀରାମ ଲୀଳାର ଲଙ୍କାପୋଡ଼ି ନୀତି ସମ୍ପନ୍ନ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୀର ବାଦ୍ୟ ଓ ପାରମ୍ପରିକ ନୃତ୍ୟରେ କୁଣ୍ଢେଇବେଣ୍ଟ ସାହି କମ୍ପିଥିବା ବେଳେ ନାଗା, ମେଢ଼, ନବଶିରା ଓ ସପ୍ତଶିରା ସାହିଯାତର ମୁଖ୍ୟ ଆକର୍ଷଣ ଥିଲା।

Leave a Reply

Your email address will not be published. Required fields are marked *