ବୋଲବମ ଯାତ୍ରା ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳିତ।
ରାଇକିଆ, ତା ୨/୭/୨୫ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବିରୁପାକ୍ଷ ବାବା ଙ୍କ ଧାମକୁ ରାଇକିଆ ଅଞ୍ଚଳ ରୁ ପ୍ରତ୍ୟେକ ବର୍ଷ ବୋଲବମ ଯାତ୍ରା ଆୟୋଜିତ ହୋଇଥାଏ। ଏହି ବର୍ଷ ଏହି ପବିତ୍ର ଯାତ୍ରା ର ୨୫ତମ ବର୍ଷ ପୂର୍ଣ୍ଣ କରିଥିବା ଅବସର ରେ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଶ୍ରାବଣ ମାସ ର ଶେଷ ପାଳି ରେ ରାଇକିଆ ଗ୍ରାମ ର ପ୍ରାୟ ୧୪୦ କାଉଡ଼ିଆ ଭକ୍ତ ବିରୁପାକ୍ଷ ବାବା ଙ୍କ ପାଖକୁ ଜଳ ଅର୍ପଣ ପାଇଁ ବୋଲବମ ଯାତ୍ରା ଆରମ୍ଭ କରିଛନ୍ତି ।ସଙ୍କୀର୍ତନ, ଭଜନ, ନୃତ୍ୟ ତାଳରେ ଶ୍ରଦ୍ଧାଳୁ ମାନେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ରୌପ୍ୟ ଜୟନ୍ତୀ ଅବସରରେ ବାବା ବିରୁପାକ୍ଷ ଙ୍କ ମନ୍ଦିର ପରିସରରେ ପୂଜା, ହୋମ-ଯଜ୍ଞ, ଧାର୍ମିକ ସଭା, ଓ ଆଧ୍ୟାତ୍ମିକ ଆଲୋଚନା ଆୟୋଜିତ ହେବା ର ସୂଚନା ଦେଇଛନ୍ତି ବିଶେଶ୍ୱର ବୋଲବମ କମିଟି ର ସଭାପତି ଶ୍ରୀ ପ୍ରକାଶ ପଣ୍ଡା।ଏହି କାର୍ଯ୍ୟକ୍ରମ ରେ ସନ୍ତୋଷ ଲେଙ୍କା, ରାଜବଂଶୀ ସାହୁ, ଭଗବାନ ପାତ୍ର,ନାରାୟଣ ପାତ୍ର, ଶ୍ରୀନିବାସ ଅଚାରୀ ଙ୍କ ସହିତ ବିଶ୍ୱେଶ୍ୱର ବୋଲବମ କମିଟି ର ସମସ୍ତ ସଦସ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳିଅଛି।ବୋଲବମ ଯାତ୍ରା ଓ ରୌପ୍ୟ ଜୟନ୍ତୀ ପାଳନ ମାନବୀୟ ଏକତା, ଧାର୍ମିକ ସହିଷ୍ଣୁତା ଓ ସାଂସ୍କୃତିକ ପରମ୍ପରାର ଉଜ୍ଜ୍ୱଳ ଉଦାହରଣ ହିସାବରେ ପ୍ରତିଷ୍ଠା ପାଇଛି। ଏହି ରୌପ୍ୟ ଜୟନ୍ତୀ ଆୟୋଜନ ର ମୁଖ୍ୟ ଲକ୍ଷ ଭକ୍ତ ଙ୍କ ମନରେ ଆଶା, ଭକ୍ତି, ଓ ଧାର୍ମିକ ସଦଭାବନା ସୃଷ୍ଟି କରିବା।
