ମାଣ୍ଡିପଙ୍କାରେ ପରିସ୍ଥିତି ଭୟାବହ

ରାଜ୍ୟ ବରିଷ୍ଠ ନେତା ବିଜୟ ମହାପାତ୍ର । ଫୁଲବାଣୀ ,କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କାକୁ ଶନିବାର ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଗସ୍ତ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଭେଟିଛନ୍ତି। ମାଣ୍ଡିପଙ୍କାରେ କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଥିଲେ ସେନେଇ ପଚାରି ବୁଝିଥିଲେ। ଗାଁରେ ନିୟମିତ ପିଡ଼ିଏସ ଚାଉଳ ମିଳି ନ ଥିବା ବେଳେ ନଭେମ୍ବରରେ ଦିଆଯାଇଥିଲା ବୋଲି ଅଞ୍ଚଳବାସୀ ଜଣାଇଥିଲେ।ସେହିପରି ନେଟୱାର୍କ ନ ଥିବାରୁ ସେମାନେ ରାସନ କାର୍ଡକୁ ଇ-କଓ୍ବୋଇସି କରିପାରି ନ ଥିଲେ ତେଣୁ ଚାଉଳ ମିଳୁ ନ ଥିଲା। ଏବେ ଘଟଣା ପରେ ରାସନ ଦିଆଯାଉଥିବା ଲୋକ ଅଭିଯୋଗ କରିଥିଲେ। ସଠିକ ସମୟରେ ଚାଉଳ ମିଳିଥିଲେ ଏଭଳି ଆମ୍ବ ଟାକୁଆ ଖାଇବାକୁ ପଡି ନ ଥାନ୍ତା ବୋଲି ମୃତକଙ୍କ ପରିବାର ଲୋକ କହିଛନ୍ତି। ବିଦ୍ୟୁତ ବିଭ୍ରାଟ, ନେଟୱାର୍କ ନ ଥିବା, ସୁଦ୍ଧ ପିଇବା ପାଣିର ସମସ୍ୟା ନେଇ ବିଜୟ ମହାପାତ୍ରଙ୍କୁ ଲୋକ ଜଣାଇଥିଲେ।ସମସ୍ତ ଘଟଣା ଶୁଣିବା ପରେ ବିଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମାଣ୍ଡିପଙ୍କାର ପରିସ୍ଥିତି ଭୟାଭୟ। ଲୋକଙ୍କୁ ପ୍ରକୃତରେ ଭୋକ ପାଇଁ ଟାକୁଆ ଯାଉ କରି ଖାଇଛନ୍ତି। ଯଦି ପ୍ରତିମାସରେ ଚାଉଳ ମିଳିଥାନ୍ତା ତେବେ ଲୋକମାନେ ଭୋକରେ ଏଭଳି ଟାକୁଆ ଯାଉ ଖାଇ ନ ଥାନ୍ତେ।ସେହିପରି ଏବେ ମାଣ୍ଡିପଙ୍କାରେ ଜିଲାପ୍ରଶାସନ ପକ୍ଷରୁ ରିଲିଫ ବଣ୍ଟନ ରନ୍ଧା ଖାଦ୍ୟ ଦେବା ସହ ସ୍ବାସ୍ଥ୍ୟ କ୍ୟାମ୍ପ କରି ଲୋକଙ୍କୁ ଚିକିତ୍ସା ସୁବିଧା ଦିଆଯିବା ଆବଶ୍ୟକ। ସେ ଏନେଇ କନ୍ଧମାଳ ଜିଲାପାଳଙ୍କ ସହ ଫୁଲବାଣୀରେ ଆଲୋଚନା କରିବି ବୋଲି ବିଜୟ କହିଛନ୍ତି।

Leave a Reply

Your email address will not be published. Required fields are marked *