କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ହରତାଳ ପୁରୀରେ ଶାନ୍ତିଶୃଙ୍ଖଳାର ସହ ଶେଷ

କଳାହାଣ୍ଡିର ଝିଅ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ହରତାଳ ପୁରୀରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସ ପକ୍ଷରୁ ପିକେଟିଂ କିମ୍ବା ଜୋରଜବରଦସ୍ତ ବନ୍ଦ ପାଳନ କରାଯାଇନଥିଲା।ସାଧାରଣ ଦିନ ପରି ପୁରୀରେ ସାଧାରଣ ଜନଜୀବନ ସ୍ୱାଭାବିକ ରହିଥିଲା।ବସ ଓ ଟ୍ରେନ ଚଳାଚଳ ସ୍ୱାଭାବିକ ରହିବା ସହ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିରହିଥିଲା।ଟାଉନ ବସ,ବ୍ୟାଟେରୀ ଚାଳିତ ଅଟୋ,ଅଟୋ ଓ ରିକ୍ସା ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା।ମଧ୍ୟାହ୍ନରେ କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଏସପିଙ୍କ କାର୍ଯ୍ୟାଳୟକୁ ଆସି ଦାବୀପତ୍ର ଦେଇଛନ୍ତି।ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ଇସ୍ତଫା ସହ ୩ ମାସ ମଧ୍ୟରେ ତଦନ୍ତ ଶେଷ କରିବା ପାଇଁ କଂଗ୍ରେସ ଦାବୀ କରିଛି।

Leave a Reply

Your email address will not be published. Required fields are marked *