ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲେ ଅବହେଳିତ ବସ୍ତି ବାସିନ୍ଦା
ପୁରୀକୁ ଐତିହ୍ୟ ସହର କରିବାକୁ ସରକାର ସ୍ଵପ୍ନ ଦେଖୁଥିବା ବେଳେ ପୁରୀ ପୌରପାଳିକା ୩୧ ନଂ ୱାର୍ଡର ତିନୋଟି ବସ୍ତି ଯଥା ହରଚଣ୍ଡି, ତାରିଣୀ ଓ ବିଜୁ ନଗର ବସ୍ତି ର ବାସିନ୍ଦା ମାନେ ପାଉନାହାନ୍ତି ମୌଳିକ ସୁବିଧା। ଦୀର୍ଘ ୨୦ ବର୍ଷ ହେବ ବସବାସ କରୁଥିଲେ ବି ଆଜି ପର୍ଯ୍ୟନ୍ତ ଏହି ବସ୍ତିରେ ପୌରପାଳିକା ଦ୍ଵାରା ଗୋଟିଏ ବି ଖୁଣ୍ଟରେ ଷ୍ଟ୍ରିଟି ଲାଇଟି ଲଗାଯାଇ ନାହିଁ। ଯାହା ଫଳରେ ବସ୍ତି ବାସିନ୍ଦା ନାହି ନଥିବା ହଇରାଣ ହେଉଥିବା ବେଳେ କିଛି ଦିନ ତଳେ ସାପ କାମୁଡ଼ାରେ ଗୋଟେ ଛୋଟ ପିଲାର ମୃତ୍ୟ ମଧ୍ୟ ହୋଇଛି। ଏହି ସମସ୍ୟାକୁ ନେଇ ଏହି ତିନି ବସ୍ତିର ବୈକୁଣ୍ଠ ନାୟକ, ବିଜୟ ନାୟକ ଙ୍କ ସମେତ ପ୍ରାୟ ୨୦ ଜଣ ବାସିନ୍ଦା Association of Twitter Activists (ଆଟା) ର ସଦସ୍ୟ ବିସ୍ମୟ ମିଶ୍ରଙ୍କ ସହଯୋଗରେ ମାନନୀୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମାନନୀୟ ଜିଲ୍ଲାପାଳ ଶ୍ରୀ ବର୍ମା ଦାବିପତ୍ର ଗ୍ରହଣ କରି ସାତ ଦିନ ଭିତରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ପ୍ରଦାନ କରିଚନ୍ତି।
