ଲୁଚିଯାଉଥିବା ହରିହାଟ, ଭାଗବତ ପାଠରେ ଆଧ୍ୟାତ୍ମିକ ପରିବେଶ ପାଲଟିଲା ଗାଁ
ଗୋପ ବ୍ଲକ ଅନ୍ତର୍ଗତ ବଡ ଗାଁ ପଞ୍ଚାୟତ ପୁଟୁପଡ଼ା ଗ୍ରାମରେ ନିଆରା ଢଙ୍ଗରେ ହରିହାଟ ଓ ଭାଗବତ ପାଠ ମହା ଆଡମ୍ବରରେ ପାଳିତ ହୋଇଯାଇଛି, ଭାଗବତ ପାଠରେ ଆଧ୍ୟାତ୍ମିକ ପରିବେଶ ପାଲଟିଛି ଗାଁ। ଗ୍ରାମଦେବୀ ମା ରଣା ଦେବୀଙ୍କ କୃପା ଲାଭ କରିବାକୁ ଗାଁ ର ୪୦ ପରିବାରର ୩୦୦ରୁ ଉର୍ନ୍ଧ ମହିଳା, ପୁରୁଷ, ଛୋଟଛୋଟ ଏକତ୍ର ହୋଇ ମା ରଣା ଦେବୀଙ୍କ କୃପା ଲାଭ ନେବା ଆଶାରେ ଗାଁ ମୁଣ୍ଡ ମାଙ୍କ ମନ୍ଦିରରେ ଏକମାସ ଅରୁଆ ଖାଇ ନିଷ୍ଟାର ସହ ରହି ୪ଦିନ ଅଷ୍ଟମ ପ୍ରହର ନାମ ଯଜ୍ଞ,ହରିହାଟ କରିବା ବେଳେ ଗ୍ରାମର ୬୪ ଜଣ ଭାଗବତ ପାଠ କରିଥିଲେ। କଦଳୀ ମଞ୍ଜା ଉପରେ ଦୀପ ଲଗାଇ ଏକ ସଙ୍ଗରେ ଭାଗବତ ପାଠ କରିବା ବେଳେ ହରିବୋଲ ହୁଳହୁଳି ରେ କମ୍ପିଥିଲା ଗାଁ ଦାଣ୍ଡ, ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁଗାଁରେ ଭାଗବତ ଟୁଙ୍ଗି ମାନ ନିର୍ମାଣ ହେଉଛି ସତ୍ୟ ହେଲେ ଗାଁ ଠାରୁ ସହର ଗୀତା ଭାଗବତ ପାଠପଢିବା ଭୂଲିଗଲେଣି। ସମସ୍ତେ ଆଜିର ଦିନରେ ମୋବାଇଲ ଧରିବା ଛଡା ଅନ୍ୟ କିଛି ଯାଣନ୍ତି ନାହିଁ।ଗାଁଗାଁ ଲୁଚିଯାଉଥିବା ଭାଗବତ ଗୀତା ପାଠ ଙ୍କୁ କିପରି ଘରେଘରେ ପାଠକରିବେ ଗାଁ ଠାରୁ ସହର ବାସିନ୍ଦାମାନେ ସେଥିପାଇଁ ପୁଟୁପଡ଼ା ଗ୍ରାମରେ ନିଆରା ଢଙ୍ଗରେ ହରିହାଟ ଓ ଭାଗବତ ପାଠ କରି ଓଡିଶା ବାସିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଖାଲି ସେତିକି ନୁହେଁ। ପଟୁପଡା ଗାଁରେ ୪ଦିନ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେବା ବେଳେ ଗାଁକୁ ମା ରଣା ଦେବୀଙ୍କ କୃପା ଯେପରି ଗାଁ ର ତିନିପଟେ କୂଷଭଦ୍ରା ନଦୀ ବହିଯାଇଥିବା ବେଳେ ଗୋଟିଏ ପଟେ ବାଲିବନ୍ତ ଉପରେ ଲୋକମାନେ ଯାତାୟାତ କରିଆସୁଛନ୍ତି। ହେଲେ ବାତ୍ୟା, ବନ୍ୟା ଠାରୁ ବଡବଡ ବିପର୍ଯ୍ୟସ୍ତ ବେଳେ ମା ବିପଦ ରୁ ରକ୍ଷା କରିବା ସହ ସେହି ଗ୍ରାମରେ ଲୋକମାନଙ୍କ ମଧ୍ୟରେ ପାଟିତୁଣ୍ଡ ,ଗଣ୍ଡଗୋଳ ହେଲେ। ଆଜି ର ଦିନରେ ମା ପାଖରେ ସମସ୍ତେ ଆସି ଏକତ୍ର ହୋଇ ମାଙ୍କ ପୂଜାର୍ଚ୍ଚନା କରି ପ୍ରଶାଦ ସେବନ କରିଥିବା ଘଟଣା ବାରମ୍ବାର ଆମ୍ଭେମାନେ ଅଙ୍ଗେ ଲିଭାଇଛୁ ବୋଲି ଆୟୋଜକ କହୁଥିବା ବେଳେ , ଲୁଚିଯାଉଥିବା ଭାଗବତ ଗୀତା ପାଠକୁ କିପରି ଗାଁଗାଁ ପୂର୍ଣ୍ଣ ଜୀବିତ କରାଯିବ ସେଥିପାଇଁ ଏକ ବାର୍ତ୍ତା ବାଣ୍ଟିଛନ୍ତି ଗ୍ରାମବାସୀ ଓ ମହନ୍ତ ମହାରାଜ।
