ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା

ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏହି ମର୍ମରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସ୍ପି ଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦା ଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହର ବାସି । ହେଲେ ପ୍ରଶାସନ ପକ୍ଷରୁ କେଵଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଅନୁମତି ନୀୟମ ପରେ ପୁରୀ ବାସିନ୍ଦା ପ୍ରତଦିନ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି। ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନ ରେ ଠିଆ ହୋଇ ଦିର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ମହା ପ୍ରସାଦ ଟିକେ ଆଣିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଚି। ବୁଢ଼ା ବୁଢୀ ମାନେ ଲାଇନ ରେ ଠିଆ ହୋଇ ପାରୁ ନାହାଁନ୍ତି। ଫଳରେ ବୟସ୍କ ଲୋକ ମାନେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି। ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦା ଙ୍କ ଗାଁ ରେ ଥିବା ମନ୍ଦିର ଭଳି। ନିଜ ଗାଁ ମନ୍ଦିର କୁ କଣ ଯିବା ପାଇଁ ପୁରୀ ବାସିନ୍ଦା ଙ୍କୁ ଅନ୍ୟ ଯାତ୍ରୀ ଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାର ରେ ପୁରୀ ବାସିନ୍ଦା ଆଧାର କାର୍ଡ଼ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହାକି ପ୍ରଶାସନ ବନ୍ଦ କରିଦେଇଛି। ଏହି ନୀୟମ ଲାଗୁ ନେଇ ଗତ 2018 ଅକ୍ଟୋବର 3 ରେ ପୁରୀ ରେ ହିଂସାକାଣ୍ଡ ଘଟିଥିଲା। ପରେ ସରକାର ପୁରୀ ବାସିନ୍ଦା ଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ଦେଲେ। ହେଲେ ପୁଣି ସରକାର କଟକଣା ଲାଗୁ କରିବା ପରେ ପୁରୀ ସହର ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ସରକାର ପୁରୀ ବାସି ଙ୍କୁ ଶ୍ରୀମନ୍ଦିର ର ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ନ ଦିଅନ୍ତି ଶ୍ରୀଜଗନ୍ନାଥ ସେନା ବାଧ୍ୟ ହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ। ସେତେବେଳେ ଯେଉଁ ସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *