ସମୟ ସୀମା ସରିଥିଲେ ସୁଦ୍ଧା ହୋଇପାରୁନାହିଁ ଷ୍ଟାଫ୍ କ୍ଵାଟର କାମ ।
ଫୁଲବାଣୀ ନାରାୟଣୀ ରୋଡ଼ରେ ଥିବା ସହରାଞ୍ଚଳ ମେଡିକାଲ ପଛ ପାଖରେ ଚିକିତ୍ସା ବିଭାଗର ଷ୍ଟାଫ କ୍ୱାଟର ନିର୍ମାଣଧୀନ ଅବସ୍ଥାରେ ବୋହୁ ଦିନ ଧରି ପଡିଥିବା ବେଳେ, ଏହି ଯୋଜନା କେଉଁ ଏଜେନ୍ସି କରୁଛି ? ଏହାର ସମୟ ସୀମା କଣ ? କେତେ ଟଙ୍କା ଅଟକଳରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି ।ଏହାର କିଛି ସୂଚନା ଫଳକ ଲାଗିନାହିଁ । ଅନୁସନ୍ଧାନରୁ ଜଣାପଡିଛି ପୂର୍ତ୍ତ ବିଭାଗ ଦ୍ଵାରା ଏହି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲା ବାହାରର ଜଣେ ଠିକାଦାର ଏହି କାମକୁ କରୁଛନ୍ତି । ଉଦେଶ୍ୟ ମୂଳକ ଭାବେ ଏହି କାମକୁ ଠିକାଦାର ସମୟ ସୀମା ସରିଯାଇଥିଲେ ମଧ୍ୟ ମନ୍ଥର ଗତିରେ ଚଳାଇଛନ୍ତି । ଅଭିଯୋଗ ହେଉଛି ଏହି ନିର୍ମାଣଧୀନ କୋଠା ଅସାମାଜିକ ଯୁବକ ମଦ୍ୟପ ଲୋକ ଙ୍କ ଏକ ହବ ପାଲଟିଛି। । ତଦାରଖ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏହି ଅସାମାଜିକ ଓ ମଦ୍ୟପ ମାନେ ବନାଉଥିବା ଆଡ୍ଡାକୁ ନେଇ ଟାଉନ ଥାନାରେ ସୂଚନା ଦେଇଥିବା ନେଇ ସେ ମତ ଦେଇଛନ୍ତି। ଏହି ନିର୍ମାଣ କାମ ଅତି ନିମ୍ନ ମାନର ଓ ମନ୍ଥର ଗତି ଉଦେଶ୍ୟ ମୂଳକ ଭାବେ ଠିକା ଏଜେନ୍ସି କରୁଥିବା ବେଳେ ଏହା ପଛରେ ନିଶା କାରବାର ନେଇ ଯେଉଁ ଅଭିଯୋଗ ଉଠୁଛି ଏହା ଦୃଢ଼ୀବୁତ ହେଉଛି । ମେଡିକାଲ ପରିସର ଓ ନିକଟରେ ମହିଳା ମହାବିଦ୍ୟାଳୟ, ଶିଶୁ ମନ୍ଦିର, ପବ୍ଲିକ ସ୍କୁଲ ଓ କାର୍ମେଲ ସ୍କୁଲ ଭଳି ଶିକ୍ଷାନୁଷ୍ଠାନ ଚାକିଥିବା ବେଳେ ଏହି ନିଶା ଆଡ୍ଡା ଓ ହବକୁ ପୋଲିସ ପ୍ରଶାସନ ତୁରନ୍ତ ତଦନ୍ତ ପରିସରକୁ ନେବା ଓ ଦୁର୍ନୀତି ନିବାରଣ ବିଭାଗ ଏହି ନିମ୍ନ ମାନର କାମ ଓ କୋଠା ନିର୍ମାଣ କାମରେ କାଳ କ୍ଷେପନ ନୀତିକୁ ତଦନ୍ତ ପରିସରକୁ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳରେ ଦାବି ହେଉଛି ।
