ପୁରୀ ଆଟିଷ୍ଟ ଆଶୋସେଶନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ର ଅନ୍ତିମ ସନ୍ଧ୍ୟା ରେ ଷ୍ଟାର୍ ଇଭିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ଆଟିଷ୍ଟ ଆଶୋସେଶନ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ର ଅନ୍ତିମ ସନ୍ଧ୍ୟା ରେ ଷ୍ଟାର୍ ଇଭିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ବିଧାନସଭା ବିଧାୟକ ପ୍ରାର୍ଥୀ ସୁନିଲ କୁମାର ମହାନ୍ତି,ଅନୁଷ୍ଠାନର ସଭାପତି ଭରତ ନାୟକ, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଉପ ସଭାପତି ସବିତା ହରିଚନ୍ଦନ,ତ୍ରିଲୋଚନ ଦାସ ,ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି,ବିରଞ୍ଚି ନାରାୟଣ ଷଡଙ୍ଗୀ,ସହ ସମ୍ପାଦକ ନରସିଂହ ମହାପାତ୍ର,ଭାରତୀ ମହାପାତ୍ର,ଭବାନୀ ପ୍ରସାଦ ମିଶ୍ର,କୋଷାଧ୍ୟକ୍ଷ ସମୀର ଆଚାର୍ଯ୍ୟ,ପରିଚାଳନା ସମ୍ପାଦକ ଦେବୀ ପ୍ରସାଦ ମିଶ୍ର,ସାଂସ୍କୃତିକ ସମ୍ପାଦକ ପ୍ରତାପ କୁମାର ସାହୁ, ଉପଦେଷ୍ଟା କମିଟି ଚକ୍ରଧର ମହାପାତ୍ର, ପ୍ରସନ୍ନ କୁମାର ମିଶ୍ର,କାମାକ୍ଷା ପ୍ରସାଦ ମହାପାତ୍ର,କାର୍ଯ୍ୟକାରୀ ସଭ୍ୟ ଶୁଭସ୍ମିତା ରାଉତରାୟ, କୃପାସିନ୍ଧୁ ଶତପଥୀ ,ପ୍ରମୋଦ କୁମାର ପଟ୍ଟନାୟକ,ଅଭ୍ୟୁଦୟ ଦାଶ,ଅନୁପ ପଟ୍ଟନାୟକ,ଗିରିଶ କୁମାର ମିଶ୍ର,ଆଶୁତୋଷ ମିଶ୍ର ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ଏହାପରେ ବିଭିନ୍ନ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

।ସଙ୍ଗୀତ ପରିବେଷଣ ରେ ମାନସ କୁମାର,ଚିତ୍ରା,ବିମଳ କୁମାର,ସୁଜିତ୍,ଶୁଭ ପ୍ରମୁଖ ଚିତ୍ତାକର୍ଷକ ସଙ୍ଗୀତ ପରିବେଷଣ କରିଥିଲେ ।ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଜାଦୁକର ବିଧୁ ଭୂଷଣ ।ଯାହାଙ୍କ ଯାଦୁ ବିଦ୍ୟାକୁ ଦର୍ଶକ ମାନେ ବେଶ୍ ଉପଭୋଗ କରିଥିଲେ ଏବଂ ନିଖୁଣ ଯାଦୁ ବିଦ୍ୟା ପାଇଁ ଵିଧୁ ଭୂଷଣଙ୍କୁ ଭୋଜ ବିଦ୍ୟା ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମସ୍ତ ନୃତ୍ୟ କୁ ନିର୍ଦ୍ଦେଶକ ମନିଷା ମହାନ୍ତି ଏବଂ ଅମିତ୍ କୁମାର ଚାଟାର୍ଜୀ ନିର୍ଦ୍ଦେଶନା ଦେଇଥିଲେ ତାଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।ମଞ୍ଚ ପରିଚାଳନା କରିଥିଲେ ସଦସ୍ୟ ରାମକୃଷ୍ଣ ମହାପାତ୍ର ।ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ପ୍ରତାପ କୁମାର ସାହୁ,ସହ ସମ୍ପାଦିକା ଭାରତୀ ମହାପାତ୍ର,ଉପ ସଭାପତି ସବିତା ହରିଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
