ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଜେପି ସଦସ୍ୟ ଶ୍ରୀ ଯୁକ୍ତ ଅନିଲ ବେହେରା କୁ ରାଜ୍ୟ ସରକାର ରାଷ୍ଟ୍ରୀୟ ପରିଷଦ ର ସଦସ୍ୟ ଦାୟିତ୍ବ ପ୍ରଦାନ କରିଛନ୍ତି।
Date:- 09/07/2025Place:-bhadrak :- ଖଣ୍ଡତଡା ପଂଚାୟତ ପାଇଁ ଗର୍ବ ଆଉ ଗୌରବ ଭଦ୍ରକ ଜିଲ୍ଲାର ଦକ୍ଷ ସଂଗଠକ, ବିଜେପି ପାଇଁ ଆଜୀବନ ସମର୍ପିତ କାର୍ଯ୍ୟକର୍ତ୍ତା ସମସ୍ତଙ୍କର ପ୍ରିୟ ଅନିଲ ବେହେରା ଆଜି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ରୂପେ ମନୋନୀତ ହୋଇଥିବାରୁ ପ୍ରଥମେ ମା”ଭଦ୍ରକାଳୀ ଙ୍କ ପୀଠରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।ମା” ଭଦ୍ରକାଳୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପଣ୍ଡା, ଖଣ୍ଡତଡ଼ା ପଂଚାୟତ ସଭାପତି ଅଜିତ୍ କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା ବିଭୂତି ତ୍ରିପାଠୀ, ମଣ୍ଡଳ ସମ୍ପାଦକ ରାଜକିଶୋର ପୁହାଣ ଙ୍କ ସମେତ ନାରୀ ନେତ୍ରୀ ନମିତା ନାୟକ ଏବଂ ଯୁବ ନେତା ସାର୍ଥକ ପରିଡ଼ା ଙ୍କ ସମେତ ଶହ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ ଜଣାଇଥିଲେ।
