ଇଭି ଷ୍ଟେସନ ନିର୍ମାଣ ଓ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ରାଜ୍ୟର ଭିତ୍ତିଭୂମିକୁ ସୁଦୃଢ କରାଯାଉଛି

ଭୁବନେଶ୍ଵର – ୧୪/୦୫/୨୦୨୫ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇପାରିଛି l ଏଥିରେ ଓଡ଼ିଶାର ମଧ୍ୟ ଯୋଗଦାନ କିଛି କମ୍ ନୁହେଁ l ବିକଶିତ ଓଡ଼ିଶା ଲକ୍ଷ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆମକୁ ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ବ୍ୟବହାରରେ ବୃଦ୍ଧି କରିବାକୁ ହେବ l ପିଏମ୍ ସୂର୍ଯ୍ୟଘର ଯୋଜନା ଅଧୀନରେ ସବସିଡ଼ି ଜରିଆରେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ସହିତ ସାରା ଓଡ଼ିଶାରେ ବିଦ୍ୟୁତ ଚାଳିତ ଯାନର ଚାର୍ଜିଂ ପାଇଁ ଇଭି ଷ୍ଟେସନ ନିର୍ମାଣ ପାଇଁ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି l ଏଥିପାଇଁ ଓଡ଼ିଶା ଇଭି ପଲିସି ଖୁବଶୀଘ୍ର ଅଣାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମତପ୍ରକାଶ କରିଛନ୍ତି l ଏହି ପରିପ୍ରେକ୍ଷିରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସର୍ଭୋଟେକ ନାମକ ସଂସ୍ଥା ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସୌରଚାଳିତ ବିଦ୍ୟୁତ ଉତ୍ପାଦନ ଏବଂ ରାଜ୍ୟରେ ଇଭି ଷ୍ଟେସନ ନିର୍ମାଣ ବିଷୟରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ l

ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମି ଖୁବ ସୁଦୃଢ ଅଛି l ଦେଶର ପ୍ରମୁଖ ୧୦ ଟି ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ମଧ୍ୟରେ ଓଡ଼ିଶାର ତିନୋଟି ଡିଷ୍ଟ୍ରିବ୍ୟୁସନ କମ୍ପାନୀ ସ୍ଥାନ ଅଧିକାର କରିଛନ୍ତି l ଏତଦବ୍ୟତୀତ ଓଡ଼ିଶାର ବିଦ୍ୟୁତ ପରିଚାଳନା ମଡେଲକୁ ଆପଣେଇବା ପାଇଁ ଉତ୍ତରପ୍ରଦେଶ ରାଜ୍ୟ ମଧ୍ୟ ଆଗ୍ରହ ପ୍ରକାଶ କରି ପ୍ରତିନିଧିଙ୍କୁ କ୍ଷେତ୍ର ପରିଦର୍ଶନରେ ପଠାଇଥିଲେ l ଏହି ସମନ୍ଵିତ ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ କୁମାର ମିଶ୍ର, ଗ୍ରିଡକୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡା, ସର୍ଭୋଟେକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରମଣ ଭାଟିଆ, ଶ୍ରୀ ନୀତିନ ପେରେଇରା, ଶକ୍ତି ବିଭାଗ ଗ୍ରିଡକୋ,ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ lସୁଶ୍ରୀ ସଙ୍ଗୀତା ମହାରଣାଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *