ଶ୍ରୀକ୍ଷେତ୍ରରେ ରାବଣ ବଦ୍ଧ ସହ ଶେଷ ହେଲା ସାହିଯାତ
ଶ୍ରୀକ୍ଷେତ୍ରରେ ରାବଣ ବଦ୍ଧ ସହ ଶେଷ ହେଲା ସାହିଯାତ – ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରକୁ ନେଇ ରୁଦ୍ଧିମନ୍ତ ପୁରୀର ସାହିଯାତ। ରାମାବତାରଲୀଳାର ଅଂଶବିଶେଷ ହେଉଛି ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହିଯାତ। ପବିତ୍ର ରାମନବମୀ ଶ୍ରୀରାମ ଜନ୍ମନୀତି ଠାରୁ ସାହିଯାତ ଆରମ୍ଭ ହୋଇଥିବା ବେଳେ ରାବଣ ବଦ୍ଧ ନୀତି ଶେଷ ହୋଇଛି। ଉଭୟ ବାଲିସାହି ଓ ହରଚଣ୍ଡୀ ସାହି ପାଲଟିଥିଲା ରଣଭୂମି। ଶ୍ରୀରାମ ଓ ରାବଣଙ୍କ ସେନା ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା। ଶେଷରେ ଜଗନ୍ନାଥ ବଲ୍ଲଭ ମଠରେ ଅନୁଷ୍ଠିତ ହୋଇଥିଲା ରାବଣ ବଧ ନୀତି। ଏହି ନୀତି ଦେଖିବା ପାଇଁ ସାହି ବାସିନ୍ଦା ଓ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
