ଥ୍ରୀଡି ଏଆର ଭିଆର ଶୋ’ରେ ସୂର୍ଯ୍ୟମନ୍ଦିର କାହାଣୀ

କୋଣାର୍କ: ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଣିକି ଆରମ୍ଭ ହୋଇଛି ସୂର୍ଯ୍ୟମନ୍ଦିର ଥ୍ରୀଡି ଏଆର ଭିଆର ଶୋ’। ସୂର୍ଯ୍ୟମନ୍ଦିର ଦକ୍ଷିଣ ପୂର୍ବ ପାର୍ଶ୍ବରେ ଏହି ଶୋ’ ପାଇଁ ବ୍ୟବସ୍ଥା ହୋଇଛି। ଥ୍ରୀଡି ଏଆର ଭିଆରରେ ସୂର୍ଯ୍ୟମନ୍ଦିରର ଇତିହାସ ୨୦ମିନିଟର କାହାଣୀ ଏଥିରେ ଦେଖିବାକୁ ମିଳୁଛି। ଓଡ଼ିଆ,ହିନ୍ଦୀ ଓ ଇଂରାଜୀ ଭାଷାରେ ପର୍ଯ୍ୟଟକମାନେ ଏହାକୁ ମନଭରି ଉପଭୋଗ କରିବେ। ୯ଜଣ ପର୍ଯ୍ୟଟକ ବସିବା ଭଳି ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଇଛି। ଭିଆର ଶୋ ପାଇଁ ୧୫୦ଟଙ୍କା(ଭାରତୀୟ) ୩ଶହ(ବିଦେଶୀ) ଏବଂ ଏଆର ଶୋ ପାଇଁ ୩ଶହ(ଭାରତୀୟ) ୫ଶହ(ବିଦେଶୀ)ଙ୍କ ପାଇଁ ରହିଛି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶୋ ଚାଲିବ। ଗ୍ରୀଷ୍ମ ଦିନରେ ସମୟ ପରିବର୍ତ୍ତନ କରାଯିବ। ଆଇଆଇଟି ଭୁବନେଶ୍ୱର ଓ ଡିଓଟି ସହାୟତାରେ ଏହା ଆରମ୍ଭ ହୋଇଛି। ବିଶେଷକରି ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ଏଆର ଭିଆରର ଫାଉଣ୍ଡର ହିତେଶ କୁମାର କହିଛନ୍ତି।

Leave a Reply

Your email address will not be published. Required fields are marked *