୬ଦଫା ଦାବି ନେଇ ତହସିଲ ସମ୍ମୁଖରେ ରାଜସ୍ବ ନିରୀକ୍ଷକଙ୍କ ଧର୍ମଘଟ ଜାରି

୬ଦଫା ଦାବି ନେଇ ତହସିଲ ସମ୍ମୁଖରେ ରାଜସ୍ବ ନିରୀକ୍ଷକଙ୍କ ଧର୍ମଘଟ ଜାରି ।କେସିଙ୍ଗା ୨୧/୨ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ର ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲା ର ସମସ୍ତ ରାଜସ୍ବ ନୀରିକ୍ଷକ ମାନେ ଧାରଣା ରେ ବସିଛନ୍ତି ।ଏହି ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି ।କେସିଙ୍ଗା ତହସିଲ ରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ ମାନେ ନିଜର ୬ ଦଫା ଦାବି କୁ ଉପସ୍ଥାପନା କରି ,ତହସିଲ ଅଫିସ ସମ୍ମୁଖରେ ଗତ ୧୯ ତାରିଖରୁ ଶାନ୍ତିପୂର୍ଣ୍ଣ ଧର୍ମଘଟ ରେ ବସିଛନ୍ତି ।ଏହି ଧାରଣା ଆଜି ଚତୁର୍ଥ ଦିନ ରେ ପହଞ୍ଚିଥିଲେ ମଧ୍ୟ ବର୍ତମାନ ରାଜ୍ୟ ସରକାର ଙ୍କ ତରଫରୁ କୌଣସି ପ୍ରତିଶ୍ରୁତି ମିଳି ନାହିଁ, ତେଣୁ ଧର୍ମଘଟ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରିରହିବ ବୋଲି କହିଛନ୍ତି ଧାରଣା ରେ ବସିଥିବା ରାଜସ୍ବ ନୀରିକ୍ଷକ ସମୂହ ।୬ ଦଫା ଦାବି ନେଇ ଆରମ୍ଭ ହୋଇ ଥିବା ଏହି ଧର୍ମଘଟ ଯୋଗୁଁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି । ଜଙ୍ଗଲ ଜମି ଯୋଜନା ର ଚିହ୍ନଟ ହୋଇପାରୁନାହିଁ , ବିଭିନ୍ନ ସାର୍ଟିଫିକେଟ ବିଳମ୍ବ ହେଉଛି , ବିଭିନ୍ନ ପ୍ରକାରର ଅଭିଯୋଗ ର ତଦନ୍ତ ଅଟକି ଯାଇଛି ବେଶୀଦିନ ଧର୍ମଘଟ ଆଗକୁ ବଢ଼ିଲେ ଜନସାଧାରଣ ଆହୁରି ଅନେକ ଅସୁବିଧା ର ସମ୍ମୁଖୀନ ହେବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।କେସିଙ୍ଗା ତହସିଲ ରେ ଦୁଇ ଜଣ ରେଭନିୟୁ ସୁପରଭାଇଯର ତିନିଜଣ ସହକାରୀ ରାଜସ୍ବ ନିରୀକ୍ଷକ ଓ ୧୧ ଜଣ ରାଜସ୍ବ ନିରୀକ୍ଷକ ଧର୍ମଘଟରେ ସାମିଲ ହୋଇଛନ୍ତି। ଯଥା ଶୀଘ୍ର ରାଜ୍ୟ ସରକାର ତାଙ୍କ ଦାବୀ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *