ଶିକ୍ଷକଙ୍କ ମାଡରେ ଛାତ୍ରଙ୍କୁ ଦେଖି ଛାତ୍ରୀ ଅଚେତ
ଶିକ୍ଷକଙ୍କ ମାଡରେ ଛାତ୍ରଙ୍କୁ ଦେଖି ଛାତ୍ରୀ ଅଚେତ
ଓଡ଼ିଶା ରାଜ୍ୟର ସବୁ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ରୂପେ ଘୋଷିତ ହେବା ପରେ ସ୍କୁଲରେ ଆଜିବି ଶିକ୍ଷକଙ୍କ ଅମାନୁଷିକ ଅତ୍ୟାଚାର ଓ କ୍ଷୁବ୍ଧ ବ୍ଯବହାରରେ ଭୟଭିତ ହେଉଛନ୍ତି ଛାତ୍ରଛାତ୍ରୀ । ପିତାମାତା ପିଲାମାନଙ୍କ ଭଲ ପାଠ ପଢିବା ସହ ଭଲ ମଣିଷ ହେବା ପାଇଁ ସ୍ଲୁଲ ଛାଡିଥିଲେ । ହେଲେ କେବେହେଲେ ଛାତ୍ରଛାତ୍ରୀଙ୍କ ପିତା ମାତା କେବେବି ନିଜ ସନ୍ତାନ ମାନଙ୍କୁ ଏମିତି କେବେ ମାଡ ମାରିନଥାନ୍ତି । ସ୍କୁଲ ଶିକ୍ଷକ ଅମାନୁଷିକ ଭାବେ ବିଧା, ଚାପୁଡ଼ା, ଲାତ, ଘୋଷାରି ଘୋଷାରି ମାଡ ମାରିଲେ ଜଣେ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ । ଏକଥା ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ କହିଛନ୍ତି । ଏତେ ଅମାନୁଷିକ ଭାବେ ପ୍ରଥମ ବର୍ଷର ଛାତ୍ର ପ୍ରତି ମାଡ଼ ଦେଖି ଛାତ୍ରୀ ମାନେ ହୋ ହାଲ୍ଲା କରିବା ସହ ଦୌଡ଼ାଦୌଡ଼ି ହୋଇ ଥିଲେ । କେତେକ ଛାତ୍ରୀ ଭୟଭିତ ହେବା ସହ କାନ୍ଦି ପକାଇଥିଲେ । ଜଣେ ଛାତ୍ରୀ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉଚ୍ଚ ମାଧ୍ୟମିକ ବିଧ୍ୟାଳୟରେ । ସେହି ସ୍କୁଲର ଗଣିତ ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ, ଗଣିତ ବୁଝି ପାରିଲ କି କହି ଛାତ୍ରଙ୍କ ପଚାରିବାରୁ ଜଣେ ଛାତ୍ର ଦୀପକ ଗଣ୍ଡ (୧୭)ବର୍ଷ ବୁଝି ପାରିଲି ନାହିଁ କହିବାରୁ ଶିକ୍ଷକ ଜଣକ ଅକଥୋନୀୟ ଭାଷାରେ ଗାଳି ଗୁଲଜ କରି ଘୋଷାରି ଆଣି ନିସ୍ତୁକ ମାଡ଼ ମାରିଥିଲେ । ଏହି ବିଷୟକୁ ନେଇ ଗଣିତ ଶିକ୍ଷକଙ୍କ ପଚାରିବାରୁ ମୋର ଦେହ ଖରାପ ଅଛି ମୁ କିଛି କହି ପାରିବି ନାହିଁ ଏବଂ ଆମ ଆଗରେ ବାଇଟ ଦେବାକୁ ମନା କରିଦେଲେ। ଛାତ୍ରଛାତ୍ରୀଙ୍କ କହିବା କଥା ଟିଆରଡବ୍ଲୁ ଓ ଡିବ୍ଲୁଡି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କର୍ତ୍ତୃପକ୍ଷ ତୁରନ୍ତ ଶିକ୍ଷକଙ୍କ ପ୍ରତି କାର୍ଯାନୁଷ୍ଠାନ ଗ୍ରହଣ କରିବା ସହ ପ୍ରତି କଠୋର ରୁ କଠୋର ଦଣ୍ଡାଦେଶ ନ ଦେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ହେବ କହି ଚେତାବନି ଦେଇଛନ୍ତି। ଏହି ଟିଆରଡବ୍ଲୁ ସ୍କୁଲର ହେଡମାଷ୍ଟର ବିଧୁଭୂଷଣ ନାୟକଙ୍କ ପଚାରିବାରୁ ସେ କହିଲେ ଏ ବିଷୟରେ କିଛି ଜାଣିନାହିଁ, ସମସ୍ତ କଥା ବୁଝିବା ସହ ପଚାରିବା ପରେ କହିଁବି କହିଛନ୍ତି। ଆଜିର ଏହି ବର୍ବର ଓ ଅମାନୁଷିକ ଶିକ୍ଷକଙ୍କ ଅତ୍ୟାଚାର ଦେଖି ଅଭିଭାବକ ମହଳ ଓ ରାଇଘର ବ୍ଲକରେ ଚାଞ୍ଚଲ୍ୟ ଖେଳି ଯାଇଛି ଏବଂ ଶିକ୍ଷକଙ୍କ ପ୍ରତି କଠୋର ରୁ କଠୋର ଦଣ୍ଡାଦେଶ ଯେ ପରି ହୁଏ ତାହାର ପାଇଁ ଟିଆରଡବ୍ଲୁ ଡିବ୍ଲୁଡି କର୍ତ୍ତୃପକ୍ଷଙ୍କୁ ରାଇଘର ଅଞ୍ଚଳବାସୀଙ୍କ ସହ ଅଭିଭାବକ ବୃନ୍ଦ ଅନୁରୋଧ କରିଛନ୍ତି।
ରାଇଘର ରୁ, ଦୀପଙ୍କର ଡାକୁଆଙ୍କ ସହ ପ୍ରଦୀପ ଶିକଦାରଙ୍କ ରିପୋର୍ଟ ତୀର୍ଥ କ୍ଷେତ୍ର ଲାଇଭ ।
