ଗୋଛ ପଡା ପୋଲିସ ର ସଫଳତା ୧ ଟନ୍ ୮କେଜି ଗଞ୍ଜେଇ ଉଦ୍ଧାର ।

ଫୁଲବାଣୀ ତା ୨୦/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛା ପଡା ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ୧୯/୦୨/୨୦୨୫ ରିଖରେ ଚଡ଼।ଉ କରି ଏକ ବୋଲେରୋ ଗାଡ଼ି ସହ ଏକ ଟନ ଆଠ କିଲ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଛି । ସୂଚନା ମୁତାବକ ମଙ୍ଗଳବାର ଗୋଛପଡ। ଥାନା କତ୍ରୀଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ପଦେଡି ଗାଁ ଜଙ୍ଗଲ ରେ କିଛି ମାଫିଆ ଗଞ୍ଜେଇ ଚାଲାଣ ନିମନ୍ତେ ପ୍ରସ୍ତୁତ ହେଉ ଥିବା ବେଳେ କୌଣସି ପ୍ରକାରେ ଗୋଛ ପଡା ପୋଲିସ ଖବର ପାଇ ଗୋଛ ପଡା ଥାନା ଅଧିକାରୀ ଚିତ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଜଙ୍ଗଲରେ ଚଦଉ କରିବା ମାତ୍ରେ ମାଫିଆ ମନେ ସୁର।ଗ୍ ପାଇବା କ୍ଷଣି ମାଫିଆ ମାନେ ସେହିଠାରୁ ପଳାୟନ କରିଥିଲେ । ଉକ୍ତ ଜାଗାରୁ ପୋଲିସ ୪୦ ଟି ଗଞ୍ଜେଇ ଭରା ବସ୍ତା ଉଦ୍ଧାର କରିଥିଲେ ଉକ୍ତ ବସ୍ତରେ ଏକ ଟନ ଆଠ କିଲ ଗଞ୍ଜେ ଥିବା ପୋଲିସ ଉଦ୍ଧାର କରିଥିବା କଥା ଫୁଲବାଣୀ ସଦର ଏସ, ଡି, ପି, ଓ ଶ୍ରୀ ସୁଭ୍ରଜିତ୍ ବିଶ୍ଵାଳ ସୂଚନା ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଗୋଛା ପଡା ଥାନା ରେ୪୯/୨୦୨୫ରେ ଏକ ମାମଲା ରୁଜୁ କରାଯିବା କରି ଉକ୍ତ ଘଟଣା ସହ ସଂପୃତ ଥିବା ଗଞ୍ଜେଇ ମାଫିଆ ମାନଙ୍କୁ ଧରିବା ପ୍ରୟାସ ଜାରି ରହିବ ବୋଲି ଏଡିପିଓ କହି ଛନ୍ତି ।

Leave a Reply

Your email address will not be published. Required fields are marked *