ବନ୍ଦ କୋଠରୀ ଭିତରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ।
ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଥିବା ଏକ ବନ୍ଦ କୋଠରୀରୁ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ। ତେବେ ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶ୍ଵଶୁର ଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର କରାଯାଇଛି। ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କର ମୃତ୍ୟୁ ହୋଇସାରିଛି ।

ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଆଜି ତାଙ୍କ ସନ୍ଦେହ ଜନକ ମୃତ ଦେହକୁ ନେଇ ଏବେ ସସପେନ୍ସ ବଢି ଚାଲିଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ତୁମୁସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।
