ମା ମଙ୍ଗଳା ନାଟ୍ୟ ପରିଷଦ ଆନୁକୂଲ୍ୟରେ ଚାଲୁଥିବା ନାଟ୍ୟ ମହୋତ୍ସବ ଉଦ୍ଯାପିତ.
ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିଖୋଲ ଛକ ଠାରେ ମା ମଙ୍ଗଳା ନାଟ୍ୟ ପରିଷଦ ଅନୁକୁଲ୍ୟରେ ଚାଲୁଥିବା ଚାରି ଦିନ ବ୍ୟାପି ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଛି। ଏହି ନାଟ୍ୟ ମହୋତ୍ସବ ରେ ସ୍ଥାନୀୟ ଅଞ୍ଚଳର ଚାରିଗୋଟି ନାଟ୍ୟ ଅନୁଷ୍ଠାନ ଭାଗ ନେଇ ଥିଲେ। ପ୍ରଥମଦିନ ସତ୍ୟ ନାରାୟଣ ନାଟ୍ୟ ପରିଷଦ ନିଶିମଳା ସେଇ ଗୋଟିଏ ଭୁଲ ପାଇଁ, ଦ୍ଵିତୀୟ ଦିନ କାର୍ତ୍ତିକେୟ ପୁସ୍ତକାଗାର ସୁଙ୍ଗୁଡା, “ହାକୃଷ୍ଣ ବୋଲି ଯାଉ ଯିବ”, ତୃତୀୟ ଦିନ ମା ନଳୁଆଶୁଣି ନାଟ୍ୟ ପରିଷଦ ଦ୍ବାରା “କାନ୍ଦେନା ଲୁହ ସରିଯିବ”ଓ ଶେଷ ଦିନ ଲକ୍ଷ୍ମୀ ନାରାୟଣ ଡ୍ରାମାଟିକ୍ କ୍ଳବ୍ ଦ୍ବାରା ନାଟକ “ଗୁହାରୀ ଶୁଣ ଦୀନବନ୍ଧୁ”ମଞ୍ଚସ୍ଥ ହୋଇଥିଲା। ପ୍ରତିଦିନ ବହୁ ପ୍ରତିଷ୍ଠିତ କଳାକାର , ପ୍ରସାସନିକ ଅଧିକାର, ଶିକ୍ଷାବିତ୍ ବୁଦ୍ଧିଜୀବୀ, ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଯାପନ ଉତ୍ସବରେ ସାମ୍ବାଦିକ ସମରେନ୍ଦ୍ର ମାହାଲା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ବିଶିଷ୍ଟ କଳାକାର, ନିର୍ଦ୍ଦେଶକ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନନ୍ଦ,ଯୋଗଦେଇ ଗ୍ରାମାଞ୍ଚଳରେ କଳାର ପ୍ରଚାର ପ୍ରସାର ଦିଗରେ ମା ମଙ୍ଗଳା ନାଟ୍ୟ ଅନୁଷ୍ଠାନ ର କାର୍ଯ୍ୟକୁ ପ୍ରଶଂସା କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ସିନେମା ଓ ଟେଲିଭିଜନ ଅଭିନେତା ଚିନ୍ତାମଣି ବିଶ୍ବାଳ, ପ୍ରେସ କ୍ଲବ ଚଣ୍ଡିଖୋଲ ର ସଭାପତି ବେଣୁଧର ପଣ୍ଡା, ଶିକ୍ଷା ବିକାଶ ସମିତି ର ସଭାପତି କରୁଣାକର ଭାଇ, ଯୁବନେତା ପବିତ୍ର ମୋହନ ଦାସ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରସ୍ତର ଶିଳ୍ପୀ ମହେଶ୍ୱର ଓଝା ଓ ବ୍ରହ୍ମାନନ୍ଦ ମହାରଣା, ମା ମଙ୍ଗଳା ନାଟ୍ୟ ଅନୁଷ୍ଠାନ ସଭାପତି ପ୍ରକାଶ କୁମାର ରାଉତ , ସଂପାଦକ ଦେବଦତ୍ତ ଜେନା , ଉପସଭାପତି ସ୍ମୃତି ରଞ୍ଜନ ମାହାଲା, ସହ ସମ୍ପାଦକ ପବିତ୍ର ମୋହନ ଜେନା , କୋଷଧକ୍ଷ ସଞ୍ଜୀବ କୁମାର ବଳ, ସହ କୋଷଧକ୍ଷ ଜଗବନ୍ଧୁ ସାହାଣୀ , କରୁଣାକର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ.
