ଗୋଛାପଡା ହାଇସ୍କୁଲ ୨୦୦୦ ମସିହା ୧୦ମ ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ତୃତୀୟ ବନ୍ଧୁ ମିଳନ।

ଫିରିଙ୍ଗିଆ, ଗୋଛାପଡା, ତା. ୨୫/୦୧/୨୦୧୬ ଦୁନିଆରେ ଯେତେ ଆମୋଦ ପ୍ରମୋଦର ଉତ୍ସ ରହିଛି ସେଥି ମଧ୍ୟରୁ ପିଲାଦିନର ଅଭୁଲା ସ୍ମୃତିକୁ ସାଉଁଟିବା ସହ ବନ୍ଧୁ ମିଳନର ପର୍ବ ପାଳିବା ସବୁଠୁ ନିଆରା ଏବଂ ଶ୍ରେଷ୍ଠ ହୋଇଥାଏ । ଏପରି ଏକ ମୁହୂର୍ତ୍ତକୁ ଝଲସେଇବାକୁ ଯାଇ ଗୋଛାପଡା ହାଇସ୍କୁଲରେ ୨୦୦୦ ମସିହାରେ ଦଶମ ଶ୍ରେଣୀ ଅଧ୍ୟୟନ କରୁଥିବା ସେତେବେଳେର ଅପ୍ରାପ୍ତ ବୟସ୍କ/ସ୍କା ତଥା କିଶୋର/କିଶୋରୀ ଏବଂ ଆଜିର ସାବାଳକ ତଥା ଦେଶର ସକ୍ରିୟ ନାଗରିକ ବିଭିନ୍ନ ପଦ ପଦାଧିକାରୀ ଯଥା-, ସରକାରୀ ଅଫିସର, ସରକାରୀ କର୍ମଚାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ, ସି ଆର ପି ଏଫ୍, ପୋଲିସ, ରାଜନୈତିଜ୍ଞ, ସମାଜ ସେବୀ, ସାମ୍ୱାଦିକ, କଣ୍ଟ୍ରାକ୍ଟର, ଚାଷୀ, ମୂଲିଆ ଓ ଗୃହିଣୀ ରୂପରେ ଦୀର୍ଘ ୨୬ ବର୍ଷର ଅଭୁଲା ସ୍ମୃତିକୁ ତୃତୀୟ ଥର ସାଉଁଟିବାକୁ ନେଇ ଗୋଛାପଡା ନିକଟସ୍ଥ ଲୋହରା ସାହି ପାର୍ଶ୍ଵସ୍ଥ ଚିରୋ ସ୍ରୋତସ୍ୱନୀ ସୁନାମୁଦୀ ନଦୀ ତଟରେ ଏକତ୍ର ହୋଇଥିଲେ। ଅନେକ ଆମୋଦ ପ୍ରମୋଦର ଉତ୍ସବକୁ ପାଳନ, ଉପଭୋଗ କରିବା ସହ ଏକ ପ୍ରିତି ଭୋଜନର ଆୟୋଜନ କରିଥିଲେ । ସର୍ବ ପ୍ରଥମେ ଆୟୋଜକ ଭାବେ ଦାୟିତ୍ୱ ନର୍ବାହ କରିଥିବା ରାଜନେତା ଶ୍ରୀଯୁକ୍ତ ପାରେଶ୍ୱର କହଁର, ଶିକ୍ଷକ ଶ୍ରୀ ଜୟସେନ କହଁର, ସମାଜ ସେବୀ ତଥା ସାମ୍ବାଦିକ ଶ୍ରୀ ଅରୁଣ ଦିଗାଲ ଅତି ସୁନ୍ଦର ଭାବେ ସ୍ଥାନଟିକୁ ଟେଣ୍ଟ୍ ମାଧ୍ୟମରେ ସାଜସଜ୍ଜା ସହ ଯୋଗଦାନ କରିଥିବା ସମସ୍ତ ବନ୍ଧୁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଫୁଲ ଓ ଚନ୍ଦନ ଟିକାର ବନ୍ଦାପନାରେ ଆନ୍ତରିକତା ସହ ହୃଦୟରବିନ୍ଦରେ ମଞ୍ଚକୁ ପାଛୋଟି ନେଇଥିଲେ । ସେହି ମହର୍ତ ଲାଗୁଥିଲା ସତେ ଯେମିତି ଏକ ଅପୂର୍ବ ବନ୍ଧନର ମିଳନ । ଉଲ୍ଲାସର ସମ୍ଭାର , ଛାତିକୁ ଛାତିରେ ଆଲିଙ୍ଗନ କଲାବେଳେ ଶରୀରରେ ଶିହରଣ ଖେଳି ଯାଉଥାଏ । ଓହଃ କି ମନୋରମ,ଯାହା ବାସ୍ତବରେ ବାକ୍ୟରେ ବ୍ୟକ୍ତ କରିବା ଅସମ୍ଭବ । ସମସ୍ତ ବନ୍ଧୁଙ୍କର ଆଗମନ ପରେ ଏକ ଗୋଲ୍ ଟେବୁଲ ବୈଠକ ବସିଥିଲା । ଏଥିରେ ସମସ୍ତେ ନିଜ ନିଜର ବର୍ତ୍ତମାନ ସ୍ଥିତି ଓ ଅନୁଭୂତି ବଖାଣି ଥିଲେ । ସେତେବେଳ ପିଲା ଦିନର ଧୂଳି ଖେଳ ସହ ଆନନ୍ଦ ଓ ଉଲ୍ଲାସରେ ରହିବା ଏବଂ ସମ୍ପ୍ରତି ଦାୟିତ୍ୱବୋଧର ପାହାଡ଼ ଭିତରେ ଯେପରି ପରିବାରର ପରିଚାଳନା, ପିଲା ମାନଙ୍କର ଯତ୍ନ, ସ୍ନେହ, ବିକାଶ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସମାଜ ପ୍ରତି ଅବଦାନ ଆଦି ଆକାଶ, ପାତାଳର ଫରକକୁ ସୁଚାଉଥିଲା । ଦାୟିତ୍ବ ସହ ଉତ୍ତର ଦାୟିତ୍ୱର ଫେଣ୍ଟାଫେଣ୍ଟି ଜୀବନ ମଧ୍ୟରେ ଜୀବନ ଏକ ବ୍ୟସ୍ତତା ତଥା ଜଞ୍ଜାଳମୟ ଭିତରେ ରହିଥିବାର ଅନୁମାନ କରାଯାଇଥିଲା । ଏକ ସମୟରେ ଏ ଦାୟିତ୍ୱ ଗୁଡିକ କୁଆଡ଼େ ଉଭେଇ ଯାଇଥିଲା ଏବଂ ସମସ୍ତଙ୍କ ମୁଖରେ କେବଳ ହସ ଆଉ ଖୁସିର ବାତାବରଣ ଖେଳି ଯାଇଥିଲା । ଏହି ମୁହୂର୍ତ୍ତକୁ ଅନୁମାନ କଲେ ଲାଗୁଥିଲା ସତେ ଯେମିତି ସମସ୍ତେ ସ୍ୱର୍ଗ ସୁଖକୁ ଉପଭୋଗ କରୁଛନ୍ତି । ସମସ୍ତେ ନିଜ ଅଭିଜ୍ଞତା ବଖାଣିଲା ବେଳେ ମୁଖରୁ ଭାସି ଆସୁଥିଲା ଜୀବନରେ ଏପରି ମୁହୂର୍ତ୍ତ ବୋଧହୁଏ ମୁଁ କେବେ ଅଙ୍ଗେ ନିଭାଇବାର ସୁଯୋଗ ମିଳିନଥିଲା ଯାହା ମୁଁ ଏହି ବନ୍ଧୁ ମିଳନ ମୁହୂର୍ତ୍ତରେ ପାଇଛି । ବିଗତ ଦୁଇ ବର୍ଷର ବନ୍ଧୁ ମିଳନ ମଧ୍ୟରୁ ଏ ତୃତୀୟ ଥର ବନ୍ଧୁ ମିଳନ ବାସ୍ତବିକ ନିଆରା ଏବଂ ଉଚ୍ଚକୋଟିର ଥିଲା । ମହାନ୍ ଶିଳ୍ପୀ ଶ୍ରୀ ବିଦୁର ଦିଗାଲ ଓ ଶ୍ରୀ ଅଜିତ କୁମାର ମଲ୍ଲିକ ମ୍ୟଜିକ୍ ସିଷ୍ଟମକୁ ପରିଚାଳନା କରିଥିବାବେଳେ ଅନସୂୟା ଦିଗାଲ, ମାଳବତୀ ମଲ୍ଲିକ, ବୈଜୟନ୍ତି କହଁର ସମେତ ରଞ୍ଜିତା କହଁର ନୃତ୍ୟରେ ଝୁମିବା ପାଇଁ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମ୍ୟଜିକର ଗୁଞ୍ଜରଣରେ ସମସ୍ତେ ନାଚରେ ବିଭୋର ହୋଇଥିଲେ । ଏହି ସଂପର୍କକୁ ଚିରୋସ୍ଥାୟୀ, ଦୀର୍ଘଜିବୀ କରାଯିବା ନେଇ ଏକ ଶପଥ ପାଠ କରାଯାଇଥିଲା ଏବଂ ଆଗାମୀ ବର୍ଷରେ ଏହାକୁ ମହାଆଡ଼ମ୍ବରେ ପାଳନ କରାଯିବା ନେଇ ସର୍ବ ସମ୍ମତି କ୍ରମେ ଗ୍ରୃହୀତ କରାଯାଇଥିଲା । ଏହି ବୈଠକକୁ ସମାଜ ସେବୀ ଶ୍ରୀ ଅଭିରାମ କହଁର ପରିଚାଳନା କରିଥିବା ବେଳେ ଶିକ୍ଷକ ଶ୍ରୀ ସନାତନ କହଁର ଓ ସରକାରୀ କର୍ମଚାରୀ ଶ୍ରୀ ଦ୍ୱିତୀକୃଷ୍ଣ କହଁର ଓ କଣ୍ଟ୍ରାକ୍ଟର ଶ୍ରୀ ବିରୂପାକ୍ଷ କହଁର, ଶ୍ରୀ ଅତନୁ ସାହାଣୀ ଓ କୁମୁଦ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *