ଓଡ଼ିଆ ପକ୍ଷ ପାଳନ ର ତ୍ରୟୋଦଶ ଦିବସ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳିତ ହୋଇ ଯାଇଛି

ଓଡିଆ ପକ୍ଷ ପାଳନ ର ତ୍ରୟୋଦଶ ଦିବସ ରେ “ଆମ ରୁଚି ଆମ ଖାଦ୍ୟ” ଆଜି ଭଦ୍ରକ ପୌରପାଳିକା ର ମିଟିଂ ହଲ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ,ଭଦ୍ରକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ପାରମ୍ପରିକ ଖାଦ୍ୟ ର ମହାନତା । ଉପରେ ଆଲୋକପାତ କରିଥିଲେ। ଏହା ସ୍ବାସ୍ଥ୍ୟ କ୍ଷେତ୍ର ରେ କେତେ ଉପଯୋଗୀ ସେ ବିଷୟ ରେ ଆଲୋଚନା କରିଥଲେ। ଭଦ୍ରକ ର ପାଳୁଅ ଲଡୁ କୁ GI ମ।ନ୍ୟତା ଦେବା ପାଇଁ ଉଦ୍ୟମ ଜାରୀ ରହିଛି ବୋଲି ସୂଚନା ଦେଇଥିଲେ। ଏଇ ସଭା ରେ ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ, ଗୋଷ୍ଟି ଉନ୍ନୟନ ଅଧିକାରୀ,ଭଦ୍ରକ ରଶ୍ମୀ ରଞ୍ଜନ ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ, ମୋଗଲ ତାମସା ର ପୁରୋଧା ବାଦଲ ସିକଦାର ଓ ସମାଜସେବୀ ଅତିଶ୍ ବେହେରା ଭାଗ ନେଇଥିଲେ। ପୌରପାଳିକା ର ପ।ରିଷଦ, କର୍ମଚାରୀ, ସ୍ୱଚ୍ଛ ସୁପର ଭାଇଯର,SHG କର୍ମୀ ମାନେ ଉପସ୍ଥିତ ଥିଲେ। ଜୟନ୍ତୀ ବିଶ୍ଵାଳ ଓ ସାଥୀ ଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ପିଠା କୁ ସମସ୍ତେ ଖାଇ ଉପଭୋଗ କରିଥଲେ।

Leave a Reply

Your email address will not be published. Required fields are marked *