ଖୋରଧା ମହୋତ୍ସବ ନବମ ସନ୍ଧ୍ୟାରେ ପାରମ୍ପାରିକ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା l l
ଖୋର୍ଦ୍ଧା ତା 24.12.2025 ରିଖ:ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ମହୋତ୍ସବର ରଜତ ଜୟନ୍ତୀ ଉଦଯାପନୀ ସମାରୋହ ନବମ ସାନ୍ଧ୍ୟ କାର୍ଯ୍ୟ କ୍ରମରେ ବାବା ବାଲୁଙ୍କେଶ୍ୱର ସଙ୍ଗୀତ ନୃତ୍ୟ ଗ୍ରୁପ ଦ୍ଵାରା ସମ୍ବଲପୁରୀ ଡାଲଖାଇ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା l ସେହିପରି ସାଇଇନିଂ ଡାନ୍ସ ଗ୍ରୁପ,ମା ବାରୁଣେଶ୍ୱରୀ ଡାନ୍ସ ଗ୍ରୁପ ସିନେ ଅଭିନେତ୍ରୀ ଅନନ୍ୟାଙ୍କ ଆଧୁନିକ ସଙ୍ଗୀତ ନୃତ୍ୟ ମଂଚର ମନୋରଞ୍ଜନ କାର୍ଯ୍ୟକ୍ରମକୁ ବହୁଗୁଣିତ କରିଥିଲା l ମହୋତ୍ସବ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଡି. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସନ୍ଧ୍ୟା ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଅଲମ୍ପିକ୍ସ ସଂଘର ସଭାପତି ସମୀର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଖୋର୍ଦ୍ଧା ମହୋତ୍ସବ ପ୍ରାଚୀନ ଐତିହ୍ୟ, କଳା ଓ ସଂସ୍କୃତି ଗୌରବର ଖୋର୍ଦ୍ଧା ମାଟିର କିମ୍ୱଦନ୍ତୀ

ବହନକରି ଆମର ଯୁବଶକ୍ତିକୁ ଉତ୍ସାହିତ କରି ବିକସିତ ଓଡ଼ିଶା ଓ ବିକଶିତ ଭାରତ ରେ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭରଶୀଳ କରିବ ବୋଲି କହିଥିଲ l ମହୋତ୍ସବ କମିଟି ସାଧାରଣ ସମ୍ପାଦକ ନରେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଅତିଥି ସମୀର ମହାନ୍ତି ଙ୍କୁ ଉପଢ଼ୌକନ, ଖୋର୍ଦ୍ଧା ମାଟିର ପାରମ୍ପାରିକ ପାଇକ ପଗଡ଼ି, ପୁଷ୍ପ ଗୁଚ୍ଛ ଏବଂ ମହୋତ୍ସବ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ମଞ୍ଚ ଉପସ୍ଥାପକ ତଥା ଯୁବ କବି ଦିଲ୍ଲୀପ କୁମାର ବେହେରା ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ଉପରେ ନିଜ ଲିଖିତ କବିତା ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା l
