ଆଖି ଆଗେ ସତ୍ୟ ଥୁଆ
ଆଖି ଆଗେ ସତ୍ୟ ଥୁଆ
ମୋହନ କୁମାର ସ୍ୱାଇଁ
କିଏ ଦେଇଛି କି ଚୋରେଇ ଆଣିଛି
ଜମା ମୋତେ ଜଣାନାହିଁ
ଆମ ଦୂଆରରେ ବସିକି ଖାଉଛି
ଛବିରେ ଦେଖୁନ ଭାଇ ।
ଗୋଟେ ନୁହେଁ ପୁଣି ଦୁଇଟା ବିସ୍କୁଟ
ବ୍ରିଟାନିଆ କମ୍ପାନୀର
ତା ସାଥିରେ ଗୋଟେ ପାଚିଲା କଦଳୀ
ସାଥିରେ ଆଣିଛି ତାର ।
ସବୁ ଦିନେ ସିଏ ଘୁରି ବୁଲୁଥିଲା
ପେଟ ପୂରାଇବା ପାଇଁ
ଆଜି ତାର ଭଲ ଦିନଟି ଆସିଛି
ଆନନ୍ଦେ ଯାଉଛି ଖାଇ ।
ଝରକା ଫାଙ୍କରେ ତାକୁ ମୁ ଦେଖିଲି
ଖୁସିଭରା ଟିକି ମୁହଁ
କବି ହୋଇ ପଦେ କିମିତି ପଦିଏ
ନ ଲେଖିବି ଗୀତ କୁହ ?
ଦାନାରେ ଦାନାରେ ଲେଖା ହୋଇଅଛି
ଖାଇବା ଜୀବର ନାଆଁ
କିଏ କହିଥିଲେ ଜଣାନାହିଁ ମୋତେ
ଆଖି ଆଗେ ସତ୍ୟ ଥୁଆ ।
ବେଣାପୁର , କଣ୍ଟିଗଡ଼ିଆ, ଯାଜପୁର
