ଏକତା ଆମ ଦେଶର ମୂଳମନ୍ତ୍ରଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଭଦ୍ରକ ତା ୨୬.୦୧.୨୦୨୫ ରିଖ ,ଆମେ ସମସ୍ତେ ଏକ ହେଲେ ଆମ ଦେଶର ଅଖଣ୍ଡତା ବଜାୟ ରହିବା ସହିତ ଉନ୍ନତି ସମବ ହେବ । ଆମେ ସମସ୍ତେ ଜାଣି ରଖିବା ଉଚିତ ଆମେ ସମସ୍ତେ ପ୍ରଥମେ ଭାରତୀୟ ପରେ ହିନ୍ଦୁ କି ମୁସଲିମ୍ ବା ଅନ୍ୟ ଧର୍ମର । ପ୍ରତ୍ୟେକ ସମସ୍ୟାକୁ ସମ୍ଭାବନାରେ ପରିଣତ କରିପାରିଲେ ଆପେ ଆପେହିଁ ସମସ୍ୟା ସମାଧାନ ହୋଇପାରିବ । ସମସ୍ୟା ସମାଧାନର ବାଟ ଖୋଳି ପାଇବା ଜୀବନର ଏକ କଳା । ସେ କଳାକୁ ହାସଲ କରିବା ସମସ୍ତଙ୍କର ଈପସିତ ଲକ୍ଷ୍ୟ ହେଲେ ପ୍ରଗତିରେ ଅନ୍ତରାୟ ରହିବନାହିଁ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖୁଥିଲେ ।ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାନ୍ତରରେ ଆୟୋଜିତ ଏହି ଉତ୍ସବ ସ୍ଥଳୀରେ ପହଞ୍ଚୁ ଜିଲ୍ଲାପାଳ ଠିକ୍ ଘ.୮.୩୦ ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ସାଲ୍ୟୁଟ ଜଣାଇଥିଲେ । ପୁଷ୍ପ ସୁସଜ୍ଜିତ ଏକ ଖୋଲା ଗାଡ଼ିରେ ସମସ୍ତ ପ୍ୟାରେଡ଼ ଦଳଙ୍କୁ ପରିଦର୍ଶନ କରି ଦେଶାତ୍ମବୋଧକ ଉଦ୍‌ବୋଧନରେ ସମସ୍ତଙ୍କ ମନରେ ଜାତୀୟତାର ଭାବ ଭରିଦେଇଥିଲେ । ପ୍ୟାରେକ୍ଟରେ ଅଂଶ ଗ୍ରହଣ କରିଥିବା ସମୁଦାୟ ୩୭ ଗୋଟି ଦଳର ମାର୍କପାଷ୍ଟରେ ସେ ଅଭିବାଦନ ଗ୍ରହଣ କରିଥିଲେ ।

ପରେ ପରେ ରଙ୍ଗାରଙ୍ଗ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଟାଇକୋଶ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା । ଏହି ଉତ୍ସବ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କ୍ଲିଜ, ସଙ୍ଗୀତ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପ୍ୟାରେକ୍ଟରେ ଅଂଶ ଗ୍ରହଣ କରିଥିବା ଏନ୍.ସି.ସି. ସିନିୟର, ଏନ୍.ସି.ସି. ଜୁନିୟର, ସ୍କାଇଟ, ଗାଇଡ଼, ରେଡ଼କ୍ରସ, ସିଭିଲିଆନ୍ ଆଦି ସମସ୍ତ ଦଳର ଶ୍ରେଷ୍ଠ ବିବେଚିତ ୧, ୨ୟ,୩ୟ ଦଳ ମାନଙ୍କୁ ବଡ଼ ଆକାରର ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ସାଂସ୍କୃତିକ ଦଳ, ଟାଏକୋଣ୍ଡ ଦଳକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଚିତ୍ର ଶିଳ୍ପୀ ସ୍ନେହା ଦାସଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଉତ୍ସବ ପାଳନରେ ପଡ଼ିଆ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଡା, ସୁଧାଶୁ ଶେଖର ବନଙ୍କ ତତ୍ତ୍ଵାବଧାନରେ ଆଯୋଜିତ ରକ୍ତଦାନ ଶିବିର ପରିଦର୍ଶନ କରିବା ସହିତ ଜିଲ୍ଲାସ୍କୁଲ ଓ ଭଦ୍ରକ ବସ୍ ସିଣ୍ଡିନେଟ୍ ଆନୁକୂଲ୍ୟରେ ରୋଗୀମାନଙ୍କ ମଧ୍ୟରେ ଫଳ ଓ ବିସ୍କୁଟ୍ ଟଣ୍ଡନ କରିଥିଲେ । ଦିବସ ଭିଭିକ ଅନ୍ତିମ କାର୍ଯ୍ୟକ୍ରମ ଭାବେ ସଂସ୍କୃତି ଭବନରେ ଗରୁ ଓ କାରୁକଳା ମହାବିଦ୍ୟାଳୟ, ଭଦ୍ରକ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ବୁଲି ଦେଖୁଥିଲେ । ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ ଜିଲ୍ଲାପାଳଙ୍କ ସହ ପତାକା ମଞ୍ଚରେ ଉପସ୍ଥିତ ରହିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦର, ଉପଜିଲ୍ଲାପାଳ ସୌରର ଚକ୍ରବର୍ତ୍ତୀ, ଅତିରିକ୍ତ ଏସ୍.ପି. କାମଦେବ ସ୍ୱାଇଁ, ଅରୂପ ଅଭିଷେକ ବେହେରା ଓ ଅଂଶୁମାନ ଦ୍ବିବେଦୀ, ସହକାରୀ ଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ, ତହସିଲଦାର ଭଦ୍ରକ ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନା ଓ ଆବାହକତ୍ୱରେ ଅନୁଷ୍ଠିତ ଏହି ଦିବସ ଭିଭିକ କାର୍ଯ୍ୟକ୍ରମ ପରିପ୍ପଳନାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ସାମ୍ବାଦିକ ରୋଟାରିଆନ ଅତିସ୍ କୁମାର ବେହେରା ସମ୍ପୃକ୍ତ ବିଭାଗୀୟ କର୍ମଞ୍ଜରୀ ଆନୁସଙ୍ଗିକ ସହଯୋଗ କରିଥିଲେ । ଆର.ଆର ପୋଲିସ ରାକେଶ କୁମାର ସ୍ୱାଇଁ ଓ ସର୍ଜେଣ୍ଟ ବାବା ପୁଷ୍କରନାଥ ପଣ୍ଡା ପ୍ୟାରେଡ଼ ପରିସ୍ଥଳନା କରିଥିଲେ । ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟାନ୍ତର୍ଯ୍ୟଙ୍କ ତତ୍ତ୍ଵାବଧାନରେ ବିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ସେଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଚ୍ଚା ସିର୍ଜା, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ଧାମନଗର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସୁବାଷ ଚନ୍ଦ୍ର ମଲ୍ଲିକ୍ ଏବଂ କଲେଜ ଅଧ୍ୟାପକ ଅଶ୍ୱିନୀ ପଣ୍ଡା, ନାରଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବସ ଉପଲକ୍ଷେ ପ୍ରତ୍ୟୁଷରୁ ଲୋକସମ୍ପର୍କ ବିଭାଗ ଦ୍ୱାରା ପୌରାଞ୍ଚଳରେ ଗାମଧୂନ ପରିକ୍ରମା କରାଯାଇଥିଲା । ଭଦ୍ରକ ସହର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଅବସ୍ଥିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *