ପୁର୍ବଶତୃତାକୁ କେନ୍ଦ୍ର କରି ଅଜଣା ଦୁର୍ବୁତ ନିଆଁ ଲଗାଇଲେ ଗୁହାଳ ଘରେ
ପୁର୍ବଶତୃତାକୁ କେନ୍ଦ୍ର କରି ଅଜଣା ଦୁର୍ବୁତ ନିଆଁ ଲଗାଇଲେ ଗୁହାଳ ଘରେ । ଅଳ୍ପକେ ବର୍ତ୍ତିଲେ ୮ଗାଈ ବାଛୁରୀ ।କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ରେ ବିଳମ୍ବିତ ରାତିରେ ଅଗ୍ନି କାଣ୍ଡ, ଦୁଇବଖରା ଚାଳଘର ସମ୍ପୁର୍ଣ୍ଣ ଜଳିଜିବା ବେଳେ ଅଳ୍ପକେ ବର୍ତ୍ତିଲେ ୮ଟା ଗାଈ ବାଛୁରୀ। ଦେଖିବାକୁ ମିଳିଥିବା ବେଳେ ଚମ୍ପାହାର ଅଗ୍ନିଶମ ବିଭାଗ ପହଞ୍ଚି ୨ ଘଣ୍ଟା ପରେ ନିଆଁ କୁ ଆୟତ କରିଥିବା ବେଳେ । କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ବାଘ ଗୋରଡି ଗ୍ରାମର ଅକ୍ଷୟ ବିଶ୍ଵାଳଙ୍କ ଘରେ ଘଟିଛି ଏପରି ଅଭାବନୀୟ ଘଟଣା। ଘଟଣା ଘଟିବା ପରେ କାକଟପୁର ତହସିଲଦାର ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ଚିତ୍ରେଶ୍ୱରୀ ଅତିରିକ୍ତ ଆର ଆଇ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ କୋଣାର୍କ ଥାନା ରେ ମଧ୍ୟ ଏକ ଏତଲା ଦିଆଯାଇଥିବା ସୂଚନା ମିଳିଛି । ସେପଟେ ପରିବାର ପକ୍ଷରୁ ତୁରନ୍ତ ଅତ୍ୟାବଶ୍ୟକ ଅସବାପତ୍ର ଯୋଗାଇ ଦେବା ସହ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି
