ବ‌ହୁ ପ୍ରାଚୀନ ୧୦ମ ଶତାବ୍ଦୀର ଶଙ୍କର ଭୈରବ ମନ୍ଦିର।

ରଘୁନାଥପୁର :- ତା:୨:୮:୨୫: ଜଗତସିଂହପୁର ଜିଲ୍ଲାର ରଘୁନାଥ ପୁର ବ୍ଲକର ରେଢ଼ୁଆ ଗ୍ରାମର ଏକସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଅଜଣା ଧାର୍ମିକ ଧାରୋହର ଟି ଲୁଚି ରହିଛି ୧୦ମ ଶତାବ୍ଦୀର ଶିବ ମନ୍ଦିର ଶଙ୍କର ଭୈରବ ମନ୍ଦିର ଯାହା ସମୟର ପରୀକ୍ଷାକୁ ପାର କରି ଏଯାଏଁ ନିଜ କୀର୍ତ୍ତି କୁ ସାଉଁଟି ଛିଡ଼ା ହୋଇ ରହିଛି। ପୁରାତନ ମନ୍ଦିର ଟି ଭଗ୍ନ ଓ ତା ପ୍ରତିବଦଳ ରେ ଏକ ନୂତନ ପିଢ଼ ଦେଉଳ ଟି ନିର୍ମାଣ କରାଯାଇଛି କିନ୍ତୁ ଏହି ସ୍ଥାନ ଏବେବି ଶ୍ରଦ୍ଧା ଓ ଇତିହାସ ର ଅମୂଲ୍ୟ ଧାରୋହର ସାଜିଛି।ଏହି ମନ୍ଦିର ଓଡିଶାର ପ୍ରାଚୀନ ସୋମବଂଶୀ ଶାସନାଧୀନ ସମୟର ବିଶ୍ୱାସ କରାଯାଏ। ସୋମବଂଶୀ ରାଜାମାନେ ଶିବ ଙ୍କ ମହାନ ଉପାସକ ଥିଲେ ଏବଂ ତାଙ୍କ ସମୟରେ ବହୁତ ଶିବ ମନ୍ଦିର ନିର୍ମାଣ ହୋଇଥିଲା। ଏହି ମନ୍ଦିର ସେହି ସ୍ବର୍ଣ୍ଣ ଯୁଗର ଅନୁମାନ କରାଯାଏ ଓ ଏହି ମନ୍ଦିର ଗାତ୍ର ରେ କଳିଙ୍ଗ ଶୈଳୀର ଶିଳ୍ପ ଝଲକ ଦେଖାଯାଏ।ମନ୍ଦିର ର ବିଶେଷ ଆକର୍ଷଣ ହେଉଛି ଏଠାରେ ଥିବା ପଞ୍ଚମୁଖୀ ଭୈରବ ଙ୍କ ମୂର୍ତ୍ତି ଯାହାକୁ ସ୍ଥାନୀୟଅଧିବାସୀମାନେ ଭୈରବୀ କହି ପୂଜା କରିଆସୁଛନ୍ତି। ଏହି ପଞ୍ଚମୁଖୀ ଭୈରବ ଅତ୍ୟନ୍ତ ବିରଳ ମୂର୍ତ୍ତି ଆନୁମାନିକ ୧୦ମ ଶତାବ୍ଦୀ ର । କୋଣାର୍କ ର ସୂର୍ଯ୍ୟ ମନ୍ଦିର ରେ ଥିବା ମାର୍ତଣ୍ଡ ଭୈରବ ଙ୍କ ମୂର୍ତ୍ତି ଭଳି ଦେଖିବାକୁ କିନ୍ତୁ ଏହା ଅଷ୍ଟ ଭୁଜ ଖଡ୍ଗ, ଢାଲ, ତ୍ରିଶୂଳ, ପାସ, ଗଦା ଓ ଖପୁରୀ, ଶବ ରୁଢ଼ା ,ମୁଣ୍ଡ ମାଳ ଧାରି ପ୍ରଚଣ୍ଡ ଭୈରବ ମୂର୍ତ୍ତି ।

ଜଗତସିଂହପୁର ର ନାଶିକ ଗ୍ରାମ ର ଖଣ୍ଡେଶ୍ଵର ରେ ମଧ୍ୟ ଏଭଳି ଏକ ମୂର୍ତ୍ତି ଟିଏ ଅଛି ଏହା ଛଡା ଏପରି ପଞ୍ଚମୁଖୀ ଭୈରବ ମୂର୍ତ୍ତି ବୋଧହୁଏ କେଉଁଠି ବି ଦୃଷ୍ଟି ଗୋଚର ହୁଏନି।ଏହି ମନ୍ଦିର ରେ ଥିବା ଉମା ମହେଶ୍ୱର ମୂର୍ତ୍ତି ଟି ମଧ୍ୟ ଅନ୍ୟ ପ୍ରାଚୀନ ଉମା ମହେଶ୍ୱର ମୂର୍ତ୍ତି ଗୁଡ଼ିକ ଠୁ ଭିନ୍ନ ଅଟେ । ଏହି ମୂର୍ତ୍ତି ରେ ପାର୍ବତୀ ଶିବ ଙ୍କ ପାଦ ସେବା କରୁଥିବା ଦେଖାଯାଏ।ରେଢୁଆ ଶଙ୍କର ଭୈରବ ମନ୍ଦିର ର ପାର୍ଶ୍ଵ ଦେବା ଦେବୀ କାର୍ତ୍ତିକ, ଗୌରୀ ଓ ଗଣେଶ ମନ୍ଦିର ର ପୁରତନତା ଓ ଭବ୍ୟତା ର ପ୍ରମାଣ ଦିଏ । ଏହା ଛଡା ମନ୍ଦିର ବେଢ଼ା ରେ ଦୁଇଟି ଅତି ପ୍ରାଚୀନ ଶିବଲିଙ୍ଗ ବି ଅବସ୍ଥିତ। ଏଭଳି ଲୁକ୍କାୟିତ ମନ୍ଦିର କୁ ଦେଖିଲେ ଜଣାଯାଏ ଯେ ଇତିହାସ ପୃଷ୍ଠା ରୁ ଜଗତସିଂହପୁର ର କେତେ ଫର୍ଦ୍ଦ ଚିରି ହଜି ଯାଇଛି ଯାହାକୁ କେବେ ଖୋଜା ବି ଯାଇନାହିଁ।ଏତେ ଅମୂଲ୍ୟ ଧାରୋହର ଥିଲେ ବି ଏହି ମନ୍ଦିର ଗାତ୍ର ରେ ଥିବା ମୂର୍ତ୍ତି ଗୁଡ଼ିକ ବର୍ତ୍ତମାନ ଅଣଦେଖା ସ୍ଥିତିରେ ଅଛି। ଏହି ପ୍ରାଚୀନ ଧାରୋହରକୁ ରକ୍ଷା କରିବା ପାଇଁ ଐତିହାସିକ ଶୋଧ, ଅନୁସନ୍ଧାନ ଓ ସଂରକ୍ଷଣ ଆବଶ୍ୟକ। ଏହି ଲୁଚିଥିବା ୧୦ମ ଶତାବ୍ଦୀର ଶିବ ମନ୍ଦିର କେବଳ ଏକ ପୁରୁଣା ମନ୍ଦିର ନୁହେ ଏହା ଗୋଟିଏ ଜୀବନ୍ତ ଐତିହାସିକ ତଥ୍ୟ ଓ ଆଧ୍ୟାତ୍ମିକ ସଂସ୍କୃତିର ପ୍ରତିକ। ଏହାକୁ ରକ୍ଷା କରିବା ମାନେ କେବଳ ଏକ ମନ୍ଦିରକୁ ବଞ୍ଚାଇବା ନୁହେଁ ଏହା ହେଉଛି ଏକ ଐତିହାସିକ ଉତ୍ତାରାଧିକାରକୁ ସମ୍ମାନ ଦେବା।

Leave a Reply

Your email address will not be published. Required fields are marked *