ସୋରଡ଼ା ବ୍ଲକ ର ଗ୍ରାମେ ଗ୍ରାମେ ବୁଲିଲା ବିକାଶ ରଥ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ସିଦ୍ଧପୁରୁ ଓ ରାଇବନ୍ଧ ପଞ୍ଚାୟତ କାର୍ଯ୍ୟ।ଳୟ ପରିସରରେ ଓଡ଼ିଶାର ଜନସାଧାରଣଙ୍କ ସେବାର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯୋଜନାର ଶୁଭାରମ୍ଭ କରାଯାଇଛି। ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ମୁଣ୍ଡକୁ ପକ୍କା ଛାତ ଘରଟିଏ ହେଉ ବା ଗ୍ରାମାଞ୍ଚଳ ମା ମାନଙ୍କୁ ଗୁରୁତ୍ୱ ଓ ପ୍ରାଧାନ୍ୟ ଦେଇ ନୂଆଁ ରାସନ ଓ ସୁଭଦ୍ରା ସହାୟତା ଦିଅନ୍ତି ଓ ସରକାର ଙ୍କ ବିଭିନ୍ନ ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା ର ଲକ୍ଷ ସାଧନରେ ଆଜି ବିକାଶ ବାହାନ ଯୋଜନା କାର୍ଯ୍ୟକ୍ରମକୁ ପାଳନ କରିଛନ୍ତି।ଏଣୁ ସିଦ୍ଧପୁର ଓ ରାଇବନ୍ଧ ପଞ୍ଚାୟତ ପରିସରରେ ବର୍ଣ୍ଣାଢ୍ୟ ଉଛବର ଆୟୋଜନ ସହିତ ବହୁ ମହିଳା ଓ ଅଞ୍ଚଳର ଜନ ପ୍ରତିନିଧି ଓ ସମାଜସେବୀ ଆଦି ଯୋଗ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଶ୍ରୀ ସୁରେନ୍ଦ୍ର ସାହୁ ଓ ବୁଲୁ ସ୍ଵାଇଁ ଙ୍କ ତତ୍ବାବଧାନରେ ସିଦ୍ଧପୁରୁ ସରପଞ୍ଚ, ବିଜେପିର ମଣ୍ଡଳ ସଭାପତି ଟୁକୁନା ଗଉଡ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଭଗବାନ ମୁନି,ଖଦାଳ ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ପ୍ରଧାନ,ଏ ଡି ଇ ଓ ଟୁଟୁ ନାୟକ,ସାଇବ ସ୍ୱାଇଁ , ରାଇବନ୍ଧ ଏ ଡି ଇ ଓ ଗୈାରହରି ବେହେରା,କ୍ରୃଷ୍ନ ଚନ୍ଦ୍ର ପାତ୍ର ,ଦୀଲପ୍ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଗ୍ରାମ ମାନଙ୍କର ଉର୍ଣ୍ଣିତ ଓ ପ୍ରଗତିକୁ ପ୍ରାଥମିକଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଏହି ଅବସରରେ କିଛି ରାସନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ ସହିତ କର୍ମଚାରୀଙ୍କୁ କାର୍ଯ୍ୟରେ ସ୍ୱଚ୍ଛତା ଓ ଦୁର୍ନୀତି ମୁକ୍ତ ସହିତ,ଶୂନ୍ୟ ସହନ ଶୀଳତା ନେଇ କାର୍ଯ୍ୟ କରିବା ନେଇ କହିଥିବା ବେଳେ ଶ୍ରୀ ସୁରେନ୍ଦ୍ର ସାହୁ ଙ୍କ ତତ୍ତ୍ୱାବଧାନରେ ପଞ୍ଚାୟତ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ବିଭାଗ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।ବନ ବିଭାଗ ବଡଗଡ ସ୍ଵାସ୍ଥ୍ୟ ବିଭାଗବ ଅଧିକାରୀ ମାନେ ଉପସ୍ଥିତ ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହଯୋଗରେ ଆୟୋଜନ କରାଯାଇଛି।ଏହି ବିକାଶ ବାହାନ ପଂଚାୟତ ପଂଚାୟତ ବୁଲି ସରକାରଙ୍କ ବାର୍ଷିକ ଉପଲବ୍ଧ ଗ୍ରାମାଞ୍ଚଳରେ ପହଞ୍ଚ।ଈବା ସହିତ ସଚେତନ ମଧ୍ୟ କରାଇବ ଯାହାକି ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଏହି ବାହାନ ଯାତ୍ରା ଚଳିବା ନେଇ ସୂଚନା ରହିଛି।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
