ବନ୍ୟ ଯନ୍ତୁ ଶିକାର ଉଦେଶ୍ୟ ରେ ଆସିଥିବା 8 ଜଣ ଙ୍କୁ କାବୁ କଲେ ଗ୍ରାମବାସୀ

ଗୋଟିର ଦେଶୀ ବନ୍ଧୁକ ସହ ମରଣାସ୍ତ୍ର ଠାବ l ଆସିକା:-ଗଞ୍ଜାମ କବିସୂର୍ଯ୍ୟନଗର ଥାନା ବୋଲସର ମସାଣି ଛକ ଚାଷ ଜମି ନିକଟ ରୁ ବନ୍ୟଯନ୍ତୁ ଶିକାର ଲାଗି ଆସିଥିବା ଆଠ ଜଣ ଙ୍କୁ କାବୁକଲେ ଗ୍ରାମବାସୀ l ସେମାନଙ୍କ ନିକଟ ରୁ ଗୋଟିଏ ଦେଶୀ ବନ୍ଧୁକ, ମରଣାସ୍ତ୍ର ସହ କିଛି ମାଂସ ଠାବ ହୋଇଛି l ଅଟକ ଙ୍କ ମଧ୍ୟରୁ 7 ଜଣ ଶେରଗଡ଼ ଅଞ୍ଚଳର ହୋଇଥିବା ବେଳେ ଜଣେ ମଣ୍ଟାପଡା ଗ୍ରାମର ହୋଇଥିବା ଜଣାପଡିଛି l ଆଜି ରାତି 7 ଟା ସମୟରେ ଚାଷ ଜମିରେ କିଛି ଲୋକ ଙ୍କ ଚଳପ୍ରଚଳ ଦେଖି ଗ୍ରାମବାସୀ ସେମାନଙ୍କୁ ପଚରା ଉଚରା କରିବା ସମୟରେ ସେମାନଙ୍କ ନିକଟରେ ବନ୍ଧୁକ ସହ ମାରଣାସ୍ତ୍ର ଦେଖି ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଙ୍କଡ଼ ଓ ବନ୍ୟଜନ୍ତୁ ଶିକାର ଉଦେଶ୍ୟରେ ସମସ୍ତେ ଆସିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *