ମିଳିଲାନି ମହାପ୍ରଭୁଙ୍କ ଦର୍ଶନ।

ମିଳିଲାନି ମହାପ୍ରଭୁଙ୍କ ଦର୍ଶନ। ନିରାଶ ହେଲେ ୮୬ ବର୍ଷୀୟ ବୃଦ୍ଧ। ଭକତପଡାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା ୮୬ ବର୍ଷୀୟ ବୃଦ୍ଧ କାର୍ତ୍ତିକ ସ୍ବାଇଁ ଠାକୁରଙ୍କ ଦର୍ଶନ ନ ପାଇ ନିରାଶ ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ଶ୍ରୀମନ୍ଦିର ଭିତରେ ବୟସ୍କ ତଥା ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେଣୁ ବାଇଶି ପାହାଚରେ ବସି ନିଜ ମନକୁ ବୁଝାଇଛନ୍ତି ବୟସ୍କ ବୃଦ୍ଧ। ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ କାହିଁକି ବୟସ୍କ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୃଦ୍ଧ କାର୍ତ୍ତିକ ସ୍ବାଇଁ। କାହିଁ କେତେ ଦୂରରୁ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ବେଳେ ବୟସ୍କ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *