ରାସ୍ତା କଡ଼ରେ ପ୍ରସବ କଲେ ମହିଳା

ଧାମନଗର:ତା:୨୧/୧୦/୨୦୨୧- ରାସ୍ତା କଡରେ ପ୍ରସବ କଲେ ମହିଳା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାପାଇଁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଵିଜ୍ଞାପିତ ଅଞ୍ଚଳରେ। ସୂଚନା ଅନୁଯାୟୀ ଜନୈକ ମହିଳା ଜଣକ ଚାଲି ଚାଲି ଆସୁଥିବା ସମୟରେ ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେଣୁ ସେ ସେଠାରେ ଅଟକିଥିଲେ । ତେବେ ସେହି ସ୍ଥାନ ରେ ମହିଳା ଙ୍କ ଜଣେ ସମ୍ପର୍କୀୟା ଆସି ତାଙ୍କର ପ୍ରସବ କରାଇଥିଲେ । ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ସ୍ଥାନୀୟ ଲୋକେ ଏନେଇ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣାଇବା ପରେ ମେଡିକାଲ ତରଫରୁ ଷ୍ଟେଚର ଯୋଗେ ମହିଳା ଙ୍କୁ ମେଡିକାଲ କୁ ନିଆଯାଇଛି ଏବଂ ଉଭୟ ମା ଓ ଶିଶୁ ଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ଭଲଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *