ନିଆଁରେ ପୋଡିହୋଇ ମହିଳା ଗୁରୁତର
କାମାକ୍ଷାନଗର,୨୨.୧୨.୨୦୨୧-ନିଆଁରେ ପୋଡିହୋଇ ମହିଳା ଗୁରୁତର। ଗୁରୁତର ମହିଳା ହେଲେ କଙ୍କଡାହାଡ ଥାନା ପଳାଶଡାଙ୍ଗି ଗ୍ରାମର ସୋମାଲିନ ପ୍ରଧାନ। ଘରନିକଟରେ ନିଆଁପୋଇଁ ହେଉଥିବାବେଳେ ଅସାବଧାନତା ଯୋଗୁ ଲୁଗାର ନିଆଁ ଲାଗିଲା ଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଢେ଼ଙ୍କାନାଳ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦୁଇ ଗୋଡରେ ନିଆଁ ଅଧିକ ଲାଗିଯାଇଥିବାବେଳେ ଦେହର ପ୍ରାୟ ୪୦ ଭାଗ ପୋଡିହୋଇଥିବା ଡାକ୍ତରଙ୍କ ସୂଚନା ଦେଇଛନ୍ତି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
