କନ୍ଧମାଳ ଜିଲ୍ଲାର ଅଗ୍ନିଦଣ୍ଡ ଗୁରୁ ବିମଳପାତ୍ର ଙ୍କ ଚମତ୍କାରିତା ।
କନ୍ଧମାଳ, ଫୁଲବାଣୀ ବ୍ଲକ ଗୁମାଗଡ ଗ୍ରାମର ଅଗ୍ନିଦଣ୍ଡନାଚ ଗୁରୁ ବିମଳ ପାତ୍ରଙ୍କ ଅଦ୍ଭୁତ ଚମତ୍କାରିତା । ଗୁରୁ ବିମଳପାତ୍ର ଙ୍କ ନେତୃତ୍ୱରେ ଚୈତ୍ର ଶୁକ୍ଳ ଦଶମୀ ତିଥିରେ ମା ଭୈରବୀ , ମା ବାଉରୀ ଙ୍କୁ ନେଇ ଗୁରୁ ବିମଳପାତ୍ର ଚଳିତମାସ ୨୮ ତାରିଖରୁ ମା ଭୈରବୀ, ମା ବାଉରୀ ଦେବୀ ଦାଣ୍ଡ ଭ୍ରମଣ କରିବା ପାଇଁ ବାହାରିଛନ୍ତି। ଏହି ଦଣ୍ଡନୃତ୍ୟର ବିଶେଷତ ଏହାକିଯେ, ଏହିଠାରେ ସମସ୍ତ ଭକ୍ତ, ଗୁହାରିଆ ଦୀର୍ଘ ୧୭ ଦିନଯାଏ ଜଳନ୍ତା ନିଆଁରେ ଚାଲିବାର ପରମ୍ପରା ଦେଖିବାକୁ ମିଳିଥାଏ । ସମସ୍ତ ଭକ୍ତ ବା ଗୁହାରିଆ ଙ୍କୁ ବୁଝିବାରୁ ସମସ୍ତେ କୁହନ୍ତି ଆମେ ନିଆଁରେ ଚାଲିବା ବେଳେ ଆମକୁ କୌଣସି ଗରମ ଅନୁଭବ ହୁଏନାହିଁ। ବରଂ ଆମକୁ ପାଣିରେ ଚାଲିଲା ଭଳି ପ୍ରତିତ ହୁଏ ।ଭକ୍ତଙ୍କ ମାନସିକ ପୁରଣ ହେଉଥିବାରୁ ଦିନକୁଦିନ ଭକ୍ତଙ୍କ ସଂଖ୍ୟା ଦଣ୍ଡନାଚରେ ବୃଦ୍ଧି ହେବାରେ ଲାଗିଛି ।ଦଣ୍ଡରେ ମୁଖ୍ୟତଃ ଧୂଳିଦଣ୍ଡ, ଘୋଡ଼ାନୃତ୍ୟ, ଟାଙ୍ଗିଆ ଓ ବାଘନୃତ୍ୟ ରାତ୍ରୀରେ ବିଶେଷ ଆକର୍ଷଣ ଶିବ, ପାର୍ବତୀ,, ଚଡାୟା ଚଡାୟାଣି, ବୀଣାକାର ରେକର୍ଡ ଦ୍ୟାନ୍ସ ଅନ୍ୟତମ । ଏହି ଦଣ୍ଡନୃତ୍ୟ ଜିଲ୍ଲା ବାହାରେ ଯଥା- କଟକ, ବାଲେଶ୍ଵର, ଗଞ୍ଜାମ, ନୟାଗଡ଼, କରାପୁଟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାହାର ପତିଆରା ବିସ୍ତାର କରିଥିବା ଶୁଣିବାକୁ ମିଳୁଛି ।ଗୁରୁ ବିମଳପାତ୍ରଙ୍କ ସତ୍ୟ, ନିଷ୍ଟା, ଭକ୍ତପ୍ରେମୀ, ଭକ୍ତଙ୍କ ପାଇଁ ମନପ୍ରାଣ ଦେଇ କାମକରିବା ତାଙ୍କରି ମହାନତା ର ପରିଚୟ ପ୍ରଦାନ କରିଥାଏ l ଏହି ଦଣ୍ଡନାଟକଟିକୁ ପରିଚାଳନା କରୁଛିନ୍ତି । ଅଧିକାରୀ ଭାବରେ ସୁଧୀର କହଁର, ସଭାପତି ସାନୁଜ କହଁର, ପୂଜକ ମନୋଜ ନାୟକ ଓ ୫୦୦ ଶହରୁ ଅଧିକ ଭକ୍ତ ବା ଗୁହରିଆ ଏହି ଦଣ୍ଡ ନାଚରେ ଥିବା ଦେଖିବାକୁ ମିଳୁଛି ।
