ଧୁମ ଧାମ ରେ ପାଳିତ ହେଉଛି ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମେଳା

ମହିମା ଧର୍ମ ର ମୁଖ୍ୟ ପୀଠ ତଥା ଉତ୍ପତି ସ୍ଥଳ ଢେଙ୍କାନାଳ ଜିଲ୍ଲା ମହିମା ଗାଦିରେ ପବିତ୍ର ମାଘମେଳା ଆରମ୍ଭ ହୋଇଯାଇଛି l ଚଳିତ ବର୍ଷ ଏହା ୧୫୩ତମ ମେଳା ଭାବେ ପାଳିତ ହେଉଛି l ‘ମହିମା ଅଲେଖ ‘ଧ୍ୱନି ରେ ପ୍ରକମ୍ପିତ ହେଉଛି ଯୋରନ୍ଦା ପୀଠ l ମୁଖ୍ୟ ଆକର୍ଷଣ ଓ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ଦେଶ ବିଦେଶ ରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟିଛି l ପୁର୍ଣିମା ତିଥିରେ ମେଳାର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଝାଡ଼ ଦୀପ ପ୍ରଜ୍ବଳନ l ମେଳାର ମୁଖ୍ୟ ଆକର୍ଷଣ ହେଉଛି ବିଶାଳ’ ଝାଡ଼ ଦୀପ ‘ ପ୍ରଜ୍ବଳନ lସନ୍ଧ୍ୟା ରେ ମହିମା ସାଧୁ ମାନେ ପାରମ୍ପରିକ ରୀତି ନୀତି ଅନୁଯାୟୀ ଏହି ଅଖଣ୍ଡ ଦୀପ ପ୍ରଜ୍ବଳନ କରିବେ l ସାଧୁ ସମାବେଶ ଉଭୟ ବକଳଧାରୀ ଓ କୌପିନଧାରୀ ମହିମା ସାଧୁ ମାନେ ଏଥିରେ ଯୋଗ ଦେଇ ବିଶ୍ୱଶାନ୍ତି ଓ ଜଗତ ର କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି l ସତ୍ୟ, ଶାନ୍ତି ଓ ଅହିଂସା ର ବାର୍ତ୍ତା ବହନ କରୁଥିବା ଏହି ମହାକୁମ୍ଭ ରେ ସାମିଲ ହେବା ପାଇଁ ଭକ୍ତ ଙ୍କୁ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବକୁ ମିଳିଛି l

Leave a Reply

Your email address will not be published. Required fields are marked *