କାରିଗର ନିରାକାର ନିମ୍ବ କାଠରେ ଗଢିଛନ୍ତି ଶ୍ରୀଜଗନ୍ନାଥଙ୍କ ବିଶ୍ଵରୂପ

ଆଦ୍ୟ ତା ୧/୨/୨୬ ଶ୍ରୀ ଜଗନ୍ନାଥ ଙ୍କ ବିଶ୍ୱରୂପ ଆବିଷ୍କାର ହୋଇଥିବା ଦେଖିବାକୁ ମିଳିଛି, ପୁରୀ ମାତିତୋଟା ସୁଜାତା ନଗର ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ୬ବର୍ଷ ଧରି ଏହି ବିଶ୍ୱ ରୂପ ନିର୍ମାଣ ଚାଲିଥିଲା,ଏହି ବିଶ୍ୱରୂପ ଗୋଟିଏ ଲିମ୍ବ କାଠ ବ୍ୟବହାର କରାଯାଇଥିବା ବେଳେ,ପ୍ରାୟତ ୧୫ରୁ ଉର୍ଦ୍ଧ କାଠ ନଷ୍ଟ ହେବା ପରେ ଏହି ବିଶ୍ୱରୂପ ନିର୍ମାଣ ହୋଇଛି, ଯେତେ କାଠ ନଷ୍ଟ ହେଉଥିଲା, ସେତିକି ନିରାକାର ଙ୍କ ଏହି ମୂର୍ତ୍ତି ଗଢିବାର ଇଛା ଶକ୍ତି ବଢିଥିଲା, ଏହି ମୂର୍ତ୍ତି ଗଢିବାର ମୁଖ୍ୟ ଉଦେଶ୍ୟ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଦେଶ ବିଦେଶ ରେ ନିର୍ମାଣ କରାଯାଇ ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ପୂଜା କରାଯିବା ଦେଖିବାକୁ ମିଳୁଛି, କିନ୍ତୁ ସନାତନ ଧର୍ମ ହିନ୍ଦୁ ପରମ୍ପରା ଅନୁଯାଇ ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ଙ୍କ ପୂଜା ଶ୍ରୀ ମନ୍ଦିର ନୀତି ଅନୁଯାଇ କରାଯାଉନାହିଁ,।

ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ନିର୍ମାଣ କରିବା ଓ ସେହି ବିଗ୍ରହ କୁ ସ୍ଥାପନ କରି ଵିଧି ବିଧାନ ରେ ପୂଜା କରିବା ସତରେ କଣ ଏତେ ସହାଜ ଥିଲା? ପୌରାଣିକ ଅନୁସାରେ ଯେତେବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିର ଭିତରେ ଦାରୁ ମୂର୍ତ୍ତି ଗଢିବା ପାଇଁ ହଜାର ହଜାର କାରିଗର ବିଫଳ ହେଇଥିଲେ, ସେତେବେଳେ ଅନନ୍ତ ଓଝା ଙ୍କ ନିହାଣ ମୁଗୁର ସ୍ପର୍ଶ ରେ ଶ୍ରୀ ଜଗନ୍ନାଥ ଙ୍କ ବିଗ୍ରହ ନିର୍ମାଣ ହୋଇଥିଲା, ଯାହାକି ଲିପିବଦ୍ଧ ହୋଇ ରହିଛି,। ବର୍ତମାନ ନିର୍ମାଣ କରାଯାଉ ଥିବା ଏହି ବିଗ୍ରହ ଟି ଶ୍ରୀ ଜଗନ୍ନାଥ ଙ୍କ ରୂପ ରୁ ବିଶ୍ୱରୂପ ର ଆବିଷ୍କାର ହୋଇଛି,। ପ୍ରଥିବି ର ପ୍ରଥମ ମୂର୍ତ୍ତି ଯାହାର ଦୁଇଟି ରୂପ ଦେଖିବାକୁ ମିଳିଛି, ଏହି ବିଗ୍ରହ ଟି ପୁରୀ ଗୁଣ୍ଡିଚା ମନ୍ଦିର ରେ ପୂଜା କରିବା ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ଙ୍କୁ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ନିରାକାର l

Leave a Reply

Your email address will not be published. Required fields are marked *