ମିଛ ମାୟା ସଂସାର

ମିଛ ମାୟା ସଂସାର
ମିଛ ମାୟା ସଂସାର
କେହି ନୁହେଁ କାହାର
ଆସିଥିଲୁ ଏକା ଏଠି
କାମ କରି‌ ପ୍ରଖର।
ଶିଶୁ ଥିବା ବେଳେ ମାଆ
ସେବା କରେ ଆମର।
ପାଠପଢା ବେଳେ ଖାଉ ବେତବାଡି ପାହାର।
ମିଛ ମାୟା ଏହି ସଂସାର
କେହି ନୁହନ୍ତି ଏଠି କାହାର।
କିଶୋର ସମୟେ ରୋଜଗାର
ଚଳିବାକୁ ହେବ ପରିବାର।
ବାପା ମାଆ ମୁଖେ ହସ ଫୁଟାଇବା ଦରକାର
ପ୍ରିୟ ପରିଜନ ଖୁସି ରହୁଥିବା ଦରକାର।
ପ୍ରକୃତି ବନ୍ଧୁ ହରିହର ସାହୁ
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
(ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬)

Leave a Reply

Your email address will not be published. Required fields are marked *