ଭେନିଜୁଆଲା ଉପରେ ଆମେରିକାର ଆକ୍ରମଣ ବିରୋଧରେ ବିଶ୍ୱବାସୀ ଏକ ହୁଏ – ସିପିଏମ

ବ୍ରହ୍ମପୁର – ଭେନିଜୁଆଲା ଉପରେ ଆମେରିକାର ଆକ୍ରମଣ ବନ୍ଦକର ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରା ଓ ପତ୍ନୀଙ୍କୁ ଅତିଶୀଘ୍ର ମୁକ୍ତିକର ଦାବିରେ ସି ପି ଏମ ପକ୍ଷରୁ ଏକ ପ୍ରତିବାଦ ସଭା କମାପଲି ଛକଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଟ୍ରମ୍ପଙ୍କର ଏହି ଅଗଣତାନ୍ତ୍ରିକ କାର୍ଯ୍ୟର ତୀଵ୍ରସମାଲୋଚନା କରି ଟ୍ରମ୍ପକୁ ଏକ ବିଶ୍ୱ ସନ୍ତ୍ରାସବାଦୀବାଦୀ ବୋଲି ବର୍ଣ୍ଣନା କରିଥିଲେ। ଭେନିଯୁଆଲର ତୈଳ ସମ୍ପଦ ଓ ମୂଲ୍ୟବାନ ଖଣିଜ ସମ୍ପଦ ଲୁଟିବା ପାଇଁ ଏକ ସୁପରିକଳ୍ପିତ ଯୋଜନା ବୋଲି ଉଲ୍ଲେଖ କରିଥିଲେ।ଏକ ସ୍ୱାଧୀନ ରାଷ୍ଟ୍ରର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ସାମରିକ ବାହିନୀ ଲଗାଇ ଅପହରଣ କରିବା ଏବଂ ତାଙ୍କ ବିରୋଧରେ ନିଶାକାବାର ଅଭିଯୋଗ ଆଣିବା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଘୋଷିତ ଜାତିସଂଘର ନିୟମର ଖୋଲା ଉଲଂଘନ ।

ଅତିଶୀଘ୍ର ରାଷ୍ଟ୍ରପତି ମାଦୁରା ଓ ତାଙ୍କ ପତ୍ନୀଙ୍କୁ ମୁକ୍ତି କରିବା ସହିତ ଭେନିଯୁଆଲବାସୀଙ୍କୁ ମୁକ୍ତ ଭାବେ ତାଙ୍କର ଶାସନ ଚଳାଇବା ଅଧିକାର ଦେବା ପାଇଁ ଯୁକ୍ତି କରିଥିଲେ।ଆମେରିକାର ଏହି ଦାଦାଗିରି ବିରୋଧରେ ବିଶ୍ୱବାସୀ ଏକ ହେବା ପାଇଁ ଆହ୍ୱାନ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ, ଗୋକୁଳ ତ୍ରିପାଠୀ, ଲୋକନାଥ ଖୁଣ୍ଟିଆ, ହରି ନାହାକ, ରାଜା ରାଓ, ଚିଟିବାବୁ, ମଧୁ ବେହେରା, କେଶବ ଗୌଡ଼, ଶ୍ରୀନିବାସ ଦାସ, ମୋହନ ରାଓ ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *