ମାଛ ଧରିବାକୁ ଯାଇ କୁଣ୍ଡିନଦୀ ସ୍ରୋତରେ ଭାସି ଯୁବକ ମୃତ

ଭଦ୍ରକଜାଲ ବସାଇ ମାଛ ଧରିବାକୁ ଯାଇଥିଲାବେଳେ ନଦୀ ସ୍ରୋତରେ ଭାସିଯାଇ ଜଣେ ମୃତ ଓ ଜଣେ ଉଦ୍ଧାର । ମୃତକ ହେଲେ ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳସାହି ପଂଚାୟତ ଗାଜିପୁର ଗାଁ ର ବିଶ୍ଵରଞ୍ଜନ ମହାନ୍ତି । ସେ ଗାଁ ପାଖ ଦେଈ ପ୍ରବାହିତ କୁଣ୍ଡି ନଦୀରେ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଆଜି ଜାଲ ଉଠାଇବା ପାଇଁ ଯାଇଥିଲା ବେଳେ ରେଳ ବାଇରେ ସିକୁରିଟି ଗାର୍ଡ ଭାବେ କାମ କରୁଥିବା ପାଳିଆ ଗାଁର ସୌରଜିତ ନାୟକଙ୍କୁ ଡାକିଥିଲେ । ତେବେ ଦୁହେଁ ନଦୀ lରେ ପଶିଥିବା ବେଳେ ନଦୀ ସ୍ରୋତରେ ବିଶ୍ୱ ରଞ୍ଜନ ପ୍ରଥମେ ଭାସି ଯାଇ ଜାଲ ତଳେ ଥିବା ସୁଠ ଭିତରେ ପସି ଯାଇଥିଲେ । ଫଳରେ ସେ ତାହା ଭିତରେ ଅଣ ନିଶ୍ୱାସୀ ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ସୌରଜିତ ଭାସିଯାଇଥିଲେ ମଧ୍ୟ କୌଶଳ କ୍ରମେ ରକ୍ଷା ପାଇଯାଇଥିଲେ ଏହି ଖବର ଭଦ୍ରକ ଅଗ୍ନିଶମ ବାହିନୀ ପାଇ ସେଠାକୁ ଯାଇ ନଦୀ ଭିତରୁ ବିଶ୍ୱ ରଞ୍ଜନଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।ଏହି ଘଟଣା ସମ୍ପୃକ୍ତ ଅଂଚଳ ରେ ଏକ ଦୁଖଃଦ ପରିସ୍ଥିତି ସୃଷ୍ଟି କରିଛି ।

punilkumar Samanta reporter

Leave a Reply

Your email address will not be published. Required fields are marked *