ପ୍ରସିଦ୍ଧ ନାରାୟଣ ମନ୍ଦିରରୁ ଚୋରି
ପ୍ରସିଦ୍ଧ ନାରାୟଣ ମନ୍ଦିରରୁ ଚୋରି, ଲୁଟି ନେଲେ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ୧୦ଟି ଅଷ୍ଟଧାତୁ ପ୍ରତିମାଭଞ୍ଜନଗର 15/11 ପୁଣି ଥରେ ଗଞ୍ଜାମରେ ମନ୍ଦିର ଚୋରି ଦେଖିବାକୁ ମିଳିଛି । ତାରସିଙ୍ଗି ଥାନା ଅନ୍ତର୍ଗତ କୁଲାଡ଼ ନିକଟସ୍ଥ ନାରାୟଣପାଟଣା ନାରାୟଣ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ୭ ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରତିଦିନ ଭଳି ମନ୍ଦିର ପୂଜକ ରାତ୍ର ୮ ଟା ରେ ପୂଜା ସାରି ସମସ୍ତ ଦ୍ଵାର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ । ଶନିବାର ସକାଳୁ ମନ୍ଦିରକୁ ଆସି ଦେଖିବା ବେଳକୁ ସବୁ ଫାଟକ ଖୋଲା ଅଛି ଏବଂ ମୂର୍ତ୍ତି ସବୁ ଗାୟବ ହୋଇଯାଇଛି । ଏହା ଦେଖି ସେ ତୁରନ୍ତ ଗ୍ରାମବାସୀ ଓ ପୋଲିସ କୁ ଖବର ଦେଇଥିଲେ । ତାରସିଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ପ୍ରକାଶ ଥାଉ କି ଯେ ଏହା ପୂର୍ବରୁ ଗଞ୍ଜାମରେ ଗତ ଏକ ବର୍ଷ ଭିତରେ ବହୁ ଥର ମନ୍ଦିର ଭିତରୁ ଚୋରି ହୋଇଛି । ପ୍ରସିଦ୍ଧ ତାରାତାରିଣୀ ପୀଠ ଏବଂ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରୁ ଚୋରି ର ପର୍ଦ୍ଧାଫାଶ ହୋଇ ଦୁର୍ବୃତ୍ତ ଧରା ପଡ଼ିଥିବା ବେଳେ ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ହୋଇଥିବା ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ରେ ଆଜି ପର୍ଯ୍ୟନ୍ତ କେହି ଧରପଡ଼ିନାହାନ୍ତି ଏବଂ ଚୋରି ସାମଗ୍ରୀ ଉଦ୍ଧାର ହୋଇ ପାରିନାହିଁ । ଏପରି ସ୍ଥଳେ ପୁଣି ଏକ ମନ୍ଦିରରୁ କୋଟିଏ ରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ଭଞ୍ଜନଗର ଏସଡ଼ିପିଓ ଡ଼. ଦୀପକ କୁମାର ମିଶ୍ର, ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଚୋରୀ ଯାଇଥିବା ମନ୍ଦିରରେ ଉପସ୍ଥିତ ରହିକି ଘଟଣାର ଅନୁସନ୍ଧାନ କରୁଥିବା ଦେଖାଦେଇଛି। ସାଇଟଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସିକି ଦଦନ୍ତ କରିଛନ୍ତି।
