ବୈତରଣୀ ବାମତଟ ବନ୍ୟା ସୁରକ୍ଷା କାର୍ଯ୍ୟରେ ଅନିୟମ ସୂଚନା ଫଳକ ନାହିଁ ଏବଂ ଇଞ୍ଜିନିୟର ଅନୁପସ୍ଥିତି ରେ କାର୍ଯ୍ୟ

ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ବଞ୍ଚୋ ବୈତରଣୀ ନଦୀର ବାମତଟରେ ସିଙ୍ଗଡ଼ଭ ଠାରୁ ଶିବନାରାୟଣପୁର ପର୍ଯ୍ୟନ୍ତ ବନ୍ୟା ସୁରକ୍ଷା ଏମ୍ବାଙ୍କମେଣ୍ଟ କାର୍ଯ୍ୟ (ବଞ୍ଚୋ ଗାଁ ନିକଟରେ ଗାର୍ଡୱାଲ୍ ସହ ପଥର ପ୍ୟାକିଂ) ଚାଲିଥିବା ବେଳେ ଗମ୍ଭୀର ଅନିୟମ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଉକ୍ତ କାର୍ଯ୍ୟର ମୋଟ ଖର୍ଚ୍ଚ ପ୍ରାୟ ୧୫ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ କାର୍ଯ୍ୟସ୍ଥଳରେ କାମ ଚାଲିଥିବା ସମୟରେ କୌଣସି ଦାୟିତ୍ୱପ୍ରାପ୍ତ ଇଞ୍ଜିନିୟରଙ୍କ ଉପସ୍ଥିତି ନଥିବା ଅଭିଯୋଗ ହେଉଛି। ଏହା ଦ୍ୱାରା କାମର ଗୁଣମାନ ଉପରେ ପ୍ରଶ୍ନ ଉଠିଛି।ଉକ୍ତ କାର୍ଯ୍ୟସ୍ଥଳରେ ଆଜି ପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଇନଥିବାରୁ କାମର ବିବରଣୀ, ଠିକାଦାରଙ୍କ ନାମ ଓ ସମୟସୀମା ଭଳି ତଥ୍ୟ ସାଧାରଣ ଲୋକଙ୍କୁ ଜଣାପଡ଼ୁନାହିଁ।ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, କାର୍ଯ୍ୟଟି ଅତ୍ୟନ୍ତ ନିମ୍ନ ଗୁଣମାନରେ କରାଯାଉଛି ଏବଂ ଠିକାଦାର ନିଜ ମନମତାରେ କାମ କରି ଚାଲାଇଛନ୍ତି। ସରକାରୀ ନିୟମ ଓ ପ୍ରକ୍ରିୟାକୁ ଅଗ୍ରାହ୍ୟ କରାଯାଉଛି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି।ଏହି କାର୍ଯ୍ୟ ସମ୍ବନ୍ଧରେ ବୈତରଣୀ ଜଳ ସେଚନ ବିଭାଗ, ଆନନ୍ଦପୁର ଅଧୀନ ଜେଇ ଓ SEମହୋଦୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି। ଏହାସହ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ଲକ୍ଷ୍ମଣ ମାରାଣ୍ଡିଙ୍କୁ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ବିବୃତି ଦେଇନଥିବା ଜଣାଯାଇଛି।ସ୍ଥାନୀୟ ଲୋକମାନେ ଏହି ଗମ୍ଭୀର ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *