ପ୍ରତିମୂର୍ତ୍ତି ସ୍ଥାପନ କୁ ନେଇ କିଛି ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ଦେଖିବାକୁ ମିଳିଛି

ପ୍ରତିମୂର୍ତ୍ତି ସ୍ଥାପନ କୁ ନେଇ କିଛି ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ଦେଖିବାକୁ ମିଳିଛି!ଜାଗା ଚୟନ କୁ ନେଇ ମନାନ୍ତର!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ର ୱାର୍ଡ ନଂ 3 ଠାରେ!
ସୂଚନା ପ୍ରକାରେ!1994ମସିହାରେ ଉମରକୋଟ ଏନ ଏ ସି ଥିବାବେଳେ ସହର ର ଟାଣୁଆ ନେତା ସ୍ବର୍ଗୀୟ ନୀଳକଣ୍ଠ ପଟନାୟକ ଅଧ୍ୟକ୍ଷ ଥିଲେ!ସେ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ବିଜୁ ପଟନାୟକ ଙ୍କ ଜନତା ଦଳ ଥିବା ସମୟରୁ ସେହି ଦଳରେ ସ୍ବର୍ଗୀୟ ନୀଳକଣ୍ଠ ପଟନାୟକ ରାଜନୀତି କରି ଆସୁଥିଲେ!ସ୍ବର୍ଗୀୟ ପଟନାୟକ ଉମରକୋଟ ଅଞ୍ଚଳ ର ଯୁବପିଢ଼ି ଙ୍କ ଆଦର୍ଶ ଥିଲେ ବୋଲି ସହର ରେ ଚର୍ଚ୍ଚ|!ଏହି ପରିପ୍ରେକ୍ଷୀରେ ସହର ଯୁବପିଢ଼ି, ବୁଦ୍ଧିଜୀବୀ, ଦଳୀୟ କର୍ମୀ ସ୍ବର୍ଗୀୟ ନୀଳକଣ୍ଠ ପଟନାୟକ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ପୌର ପରିଷଦ ରେ ଆବେଦନ କରିଥିଲେ ଏବଂ ତାହା ଗୃହୀତ ମଧ୍ୟ ହୋଇଥିଲା!ସ୍ବର୍ଗୀୟ ପଟନାୟକ ୱାର୍ଡ ନଂ 3ତଥା ଭିତରଗଡ ରେ ରହୁଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତି କୁ ସେହି ୱାର୍ଡ ରେ ସ୍ଥାପନ କରିବାକୁ ୱାର୍ଡବାସି ନିଷ୍ପତ୍ତି ନେଇଥିଲେ!ଏହାକୁ ନେଇ ଦୈନିକ ବଜାର ପରିସର ରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ନିରୂପଣ କରାଗଲା କିନ୍ତୁ ସେଠାରେ କିଛି ଲୋକ ତାହାର ବିରୋଧ କରିଥିଲେ!କିନ୍ତୁ ଦଳୀୟ କର୍ମଚାରୀ କାହାରି କଥା ନ ଶୁଣି ଏହି ସ୍ଥାନରେ ହିଁ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଜିଦ ଧରି ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ!ଏହି ଉଦଘାଟନି ସମୟରେ ସମସ୍ତ ୱାର୍ଡ ର କାଉଁସିଲର, ଅଧ୍ୟକ୍ଷା ରାଧା ଭତରା, ଉପାଧ୍ୟକ୍ଷ ସୁଧାଂଶୁ ଦାସ, ନଗର ସଭାପତି କୈଳାସ ନାୟକ ଏବଂ ବହୁ କର୍ମୀ ଉପସ୍ଥିତି ଥିଲେ!ପ୍ରତିମୂର୍ତ୍ତି ସ୍ଥାପନ କୁ ନେଇ ଦଳୀୟ କର୍ମକର୍ତ୍ତା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି ବୋଲି ପ୍ରଶ୍ନ କରିବାରୁ ସେମିତି କିଛି ନୁହେଁ, ଆମ ଦଳ ର ସମସ୍ତ କର୍ମକର୍ତ୍ତା ଏକଜୁଟ ହୋଇ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଉଠା ଜଳ ସେଚନ ବିଭାଗ ର ଉପଦେଷ୍ଠା ପ୍ରମୋଦ ପାଢ଼ୀ ପ୍ରକାଶ କରିଛନ୍ତି!

Leave a Reply

Your email address will not be published. Required fields are marked *