ରନ୍ଧନ ଗ୍ୟାସ ପ୍ରଦାନରେ ଘୋର ଅବ୍ୟବସ୍ଥା ।

ଜିଲ୍ଲାପାଳଙ୍କ ସହଯୋଗ ଲୋଡିଲେ ଆମ ଆଦମୀ ପାର୍ଟି । ଫୁଲବାଣୀ ,କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ରନ୍ଧନ ଗ୍ୟାସ ପ୍ରଦାନରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ଫୁଲବାଣୀର କଂଜ୍ୟୁମରମାନଙ୍କ ରେଜିଷ୍ଟ୍ରେସନ ନମ୍ବର ଅର୍ବାନରୂ ଯାଇ ରୁରାଲ ଖଜୁରୀପଡା କୁ ସ୍ଥାନାନ୍ତର କରାଯାଇଥିବାରୁ ଖାଉଟି ହନ୍ତସନ୍ତ ହେଉଛନ୍ତି ବୋଲି ଆମ ଆଦମୀ ର ନେତା ଗିରିଶ ପଟ୍ଟନାୟକ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଗ୍ୟାସ ଗୋଦାମ ଆଉ ନାହିଁ, ଗୋଦାମର ଜମି ଅନ୍ୟ ଲୋକ ନାମରେ ଥିବାରୁ ସେ ଜମି ବିକ୍ରି ହୋଇଯାଇଛି। ଫଳରେ ସୁଦୂର ୧୨ କିମି ଦୂର ବିସିପଡାରେ ଗୋଦାମ ନିର୍ମାଣ ପାଇଁ ଉଦ୍ୟମ ଚାଲିଥିବା ଜଣା ପଡ଼ିଛି । କେହି ଜଣେ ଅଧିକାରୀ ଓ ପ୍ରତିନିଧି କୁଆଡେ ମୋଟା ଅଙ୍କର ପଇସା ମାଗୁଛନ୍ତି ବୋଲି ସର୍ବସାଧାରଣ ରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।

ଯୁଦ୍ଧ ଜନିତ ଗ୍ୟାସ ନିଅଣ୍ଟିଆ ସାଙ୍ଗକୁ କୁତ୍ରିମ ଅଭାବ ଯୋଗୁଁ ଗ୍ୟାସ ବଣ୍ଟନରେ ଅବ୍ୟବସ୍ଥା ସୃଷ୍ଟି ହୋଇଛି । କଳାବଜାରୀକୁ ଅଟକା ଗଲେ ଗ୍ୟାସ ସୁଷମ ବଣ୍ଟନ ହୋଇ ପାରିବ ବୋଲି ଆମ ଆଦମୀର ସଦସ୍ୟ ରାଜେନ୍ଦ୍ର ପାଢ଼ୀ, ମଣିଭିଭି ରାମଦାଷ,ଓ ବାଲିଗୁଡ଼ାର ଜବରିଏଲ ଡିଗାଲ ମତାମତ ଦେଇଛନ୍ତି। ଫୁଲବାଣୀ ସହରରେ ହୋଟେଲ ଓ ଠେଲା ଜଳଖିଆ ଦୋକାନରେ ଡୋମେଷ୍ଟିକ ଗ୍ୟାସ ବ୍ୟବହାର କରୁଛନ୍ତି । କମରସିଆଲ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁନଥିଲେ ମଧ୍ୟ୍ୟ ଯୋଗାଣ ବିଭାଗର କୁମ୍ଭ କର୍ଣ ନିଦ୍ରା ଭଗ୍ନ ହେଉ ନାହିଁ ବୋଲି ସହରର ବରିଷ୍ଠ ଖାଉଟି ମାନେ ଆଲୋଚନା କରୁଛନ୍ତି! ଅତ୍ୟାବଶ୍ୟକ ସାମଗ୍ରୀ ଆଇନ କନ୍ଧମାଳରେ କାର୍ଯ୍ୟ ହେଉନଥିବା ଆଶଙ୍କା କରାଯାଉଛି । କନ୍ଧମାଳ ଜିଲ୍ଲା ଭାଏଏସ୍ ଓଏଫ୍ ମିଡ଼ିଆର କର୍ମ କର୍ତ୍ତା କହିଛନ୍ତି ।

Leave a Reply

Your email address will not be published. Required fields are marked *