ଗଙ୍ଗେଶ୍ୱର ବେଳାଭୂମିରେ ବୋଇତ ବନ୍ଦାଣ ଓ ଯଜ୍ଞ ମହୋତ୍ସବ ଅନୁଷ୍ଠିତ

ଅସ୍ତରଙ୍ଗ.୦୫.୧୧()- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବାଲିଯାତ୍ରା ଉପଲକ୍ଷେ ଅସ୍ତରଙ୍ଗ ଛୁରିଆନା ସମୁଦ୍ର କୂଳ ଗଙ୍ଗେଶ୍ୱର ବେଳାଭୂମିରେ ବେଳାଭୁମି ଯଜ୍ଞ ମହୋତ୍ସବ ସମିତି ପକ୍ଷରୁ ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରାର ଦୃଢୀକରଣ ଓ ପ୍ରସାର ନିମନ୍ତେ ଅସ୍ତରଙ୍ଗ ବେଳାଭୂମିରେ ଅଧୂଷ୍ଠିତ ଶ୍ରୀ ଶ୍ରୀ ଗଙ୍ଗେଶ୍ଵର ମହାଦେବଙ୍କ ପୀଠରେ ଦୁଇଦିନ ଧରି ଅଷ୍ଟମ ବାର୍ଷିକ ଯଜ୍ଞ ମହୋତ୍ସବ, ସମୁଦ୍ର ଆଳତୀ ଏବଂ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି। ପୂର୍ଣ୍ଣିମା ଦିବସରେ ବୋଇତ ବନ୍ଦାଣ ଉତ୍ସବ, ଗୋମାତା ପୂଜନ, ଗଙ୍ଗେଶ୍ୱର ମହାଦେବଙ୍କ ଘଟ ସ୍ଥାପନ, ସୂର୍ଯ୍ୟପୂଜା, ଯଜ୍ଞ, ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା, ନଗର କୀର୍ତ୍ତନ, ପ୍ରସାଦ ସେବନ, ଯଜ୍ଞଶିଖା ପତ୍ରିକା ଉନ୍ମୋଚନ ସହ ସାଧୁସନ୍ଥ ମାନଙ୍କ ଦ୍ଵାରା ସମୁଦ୍ର ଆଳତୀ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ ହଜାର ହଜାର ହିନ୍ଦୁ ଧର୍ମର ବ୍ୟକ୍ତିବିଶେଷ ଓ ସାଧୁସନ୍ଥ ମାନେ ଯୋଗଦେଇଥିଲେ। ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ସାଧୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଯୋଗଦେଇ ଯଜ୍ଞ ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ। ପରେ ପରେ ଉପସ୍ଥିତ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବଚନ ବାର୍ତ୍ତା ଛିଞ୍ଚନ କରିଥିଲେ। ଏହି ଉତ୍ସବରେ ସାଧୁ ସନ୍ଥ ମାନଙ୍କ ଦ୍ଵାରା ଯଜ୍ଞ ପତ୍ରିକା ଉନ୍ମୋଚିତ କରାଯାଇଥିଲା। ବେଳାଭୁମି ଯଜ୍ଞ ମହୋତ୍ସବ ସମିତି ସଭାପତି ଅକ୍ଷୟ କୁମାର ପରିଡ଼ା, ସମ୍ପାଦକ ଚିନ୍ମୟ ପ୍ରକାଶ ଦାସ, କର୍ମକର୍ତ୍ତା ରୁପନ୍ ଭୋଇ ଓ ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ସ୍ବାଇଁ , ଦିବାକର ଛାଟୋଇ ପ୍ରମୁଖ ଉତ୍ସଵ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *