ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଛି
ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଛି- ନବନିର୍ମାଣ କୃଷକ ସଙ୍ଗଠନ
ଜଗତସିଂହପୁର ୧/୮ଜଗତସିଂହପୁର ୨୦୨୫-୨୬ ବର୍ଷରେ ଖରିଫ ଧାନ ସଂଗ୍ରହ ପକ୍ରିୟା ଚାଷୀ ମାନଙ୍କ ପାଇଁ କାଳ ସାଜିଛି। ଧାନ ସଂଗ୍ରହ ବ୍ୟବସ୍ଥାରେ ସମ୍ପୃକ ରାଜସ୍ୱ ବିଭାଗ, ଯୋଗାଣ ଓ ସମବାୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ସାଙ୍ଗକୁ ସରକାରୀ ସ୍ତରରେ ଧାନ ମଣ୍ଡିରେ ପଞ୍ଜିକରଣ ନିୟମ ପରିବର୍ତ୍ତନ ଯୋଗୁଁ ଚାଷୀକୁଳ ହା ହତାଶ ମଧ୍ୟରେ ରହିଛନ୍ତି। ଚଳିତ ଖରିଫ ଋତୁରେ ଚାଷୀ ମାନଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି। ଏଠାରେ ପ୍ରକାଶ ଥାଉକି ୨୦୨୪-୨୫ ଖରିଫ ଋତୁରେ ଜଗତସିଂହପୁର ଜିଲ୍ଲାର ୧୫ରୁ ୧୬ ମଧ୍ୟରେ ଚାଷୀମାନେ ମଣ୍ଡିରେ ଧାନ ଦେବାପାଇଁ ପଞ୍ଜିକରଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଗତବର୍ଷ ୪୭ ହଜାର ୭୩୬ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ସମୟରେ ୪୫ ହଜାର ୬୪୨ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିବା ବେଳେ ୨ ହଜାର ୩୪ ଜଣ ଚାଷୀ ବଞ୍ଚିତ ହୋଇଥିଲେ। ମାତ୍ର ଚଳିତବର୍ଷ ଜୁଲାଇ ୨୦ରୁ ଅଗଷ୍ଟ ୨୦ ମଧ୍ୟରେ ପଞ୍ଜିକରଣ ପାଇଁ ବିଳମ୍ବରେ ସମୟ ଧାର୍ଯ୍ୟ କରାଯାଇଛି ଓ ପଞ୍ଜିକରଣ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଚାଷୀ ମାନଙ୍କୁ ପଞ୍ଜିକରଣ ପାଇଁ ବଂଶାବଳୀର ପ୍ରମାଣପତ୍ର ବା ୱାରସ ସଂଶୋଧନ ବାଧ୍ୟତାମୂଳକ କରାଯାଇଛି। ପଞ୍ଜିକରଣ କରିବା ପାଇଁ ଜୀବିତ ବ୍ୟକ୍ତିର ନିଜ ନାମରେ ପ୍ରତ୍ୟକ୍ଷ ଚାଷ ଜମି ରେକର୍ଡ ଥିବା ବାଧ୍ୟତାମୂଳକ ହୋଇପଡିଛି। ଯେଉଁ ଉତ୍ତରାଧିକାରୀ ମାନେ ଚାଷ ବାସ୍ତବରେ ଚାଷ କରୁଛନ୍ତି ମାତ୍ର ଚାଷ ଜମିର ରେକର୍ଡ ମାତ୍ର ଚାଷ ଜମିରେ ୱାରସ ସଂଶୋଧନ କରାଯାଇନାହିଁ ଓ ସେମାନେ ପଞ୍ଜିକୃତ ହୋଇପାରିନାହାନ୍ତି। ପିତୃ ଅର୍ଜିତ ଚାଷଜମି ମୃତ ବ୍ୟକ୍ତି ନାମରେ ରହିଥିଲେ ଉତ୍ତରାଧିକାରୀ ମାନେ ପଞ୍ଜିକରଣ ପାଇଁ ଯେଉଁ ନିୟମ ପ୍ରଣୟନ କରାଯାଇଛି ସେଥିରେ ରାଜସ୍ୱ ବିଭାଗ (ଆରଆଇ ସର୍କଲ) କଳ କ୍ଷେପଣ ନୀତି ଅବଲମ୍ବନ କରାଯାଇଛି। ଉକ୍ତ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୨୫୭୬/୨୫ ଜୁଲାଇ ୨୦୨୫ରେ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ପ୍ରସଙ୍ଗରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ଯେ ଜୁଲାଇ ୨୦ରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ମାତ୍ର ୧୨ ହଜାର ୨୪୨ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଅର୍ଥାତ ନିର୍ଧାରିତ ସମୟସୀମା ମଧ୍ୟରେ ପଞ୍ଜିକରଣ କରିବାରେ ୨୫ ହଜାରରୁ ଉର୍ଦ୍ଧ ଚାଷୀ ବଞ୍ଚିତ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ସରକାରୀ ନିୟମର ସରଳିକରଣ କରାଯାଇ ଚାଷୀ ମାନଙ୍କୁ ପଞ୍ଜିକୃତ ହେବାର ସୁଯୋଗ ଦେବାପାଇଁ ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସଂଗଠନ ରଶ୍ମିରଞ୍ଜନ, ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ, ବରିଷ୍ଠ ସଂଗଠକ ଭୁବନାନନ୍ଦ ନାୟକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ କରିଛନ୍ତି।
