ବିଜୁ ବାବୁଙ୍କ ନାହିଁ ବିକଳ୍ପ

ବିଜୁ ପଟ୍ଟନାୟକଙ୍କ ଆଦର୍ଶ ର ମୃତୁ୍ୟ ନାହିଁଖୋର୍ଦ୍ଧା,୫ା୩: ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ବିଜୁ ଯୁବ ପ୍ରେମୀମାନେ ଏକ ବାଇକ୍ ଶୋଭାଯାତ୍ରା ରେ କରିଥିଲେ । ପରେ ଇଗଲ କ୍ଲବ ଠାରେ ପୂର୍ବତନ ବିଧାୟକ ଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା କରାଯାଇଥିଲା । ଶ୍ରୀ ସାହୁ କହିଥିଲେ ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ କେହି ଚାହିଁଲେ ବି ଓଡିଶା ବାସୀଙ୍କ ମନରୁ ଲିଭାଇପାରିବ ନାହିଁ । ଜିଲ୍ଲା ପରିଷଦ ସଭ୍ୟ ବିଜୟ ପାଲଟାସିଂହ ଯୋଗଦେଇ ନବ ଉକôଳର ଅନ୍ୟତମ ପୁରୋଧା ଥିଲେ ବିଜୁ ବାବୁ । ସେ ଥିଲେ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ । ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ଦୁଃସାହସିକ ରାଜନିତିଜ୍ଞ, ଦୁର୍ଦ୍ଦଶ ପାଇଲଟ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମାଟିର ବରପୁତ୍ର ତଥା ଝଡ଼ର ଇଗଲ ବିଜୁବାବୁଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ । ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ଯାହାକୁ କେହି ବି ଆସିଲେ ଲିଭାଇପାରିବ ନାହିଁ ବୋଲି କହିଥିଲେ । ଏଥିସହିତ ତାଙ୍କ ଉଦ୍ୟମରେ ପାରାଦୀପ ବନ୍ଦର, ହାଲ, ରାଉଲକେଲା ଇସ୍ପାତ କାରାଖାନା, ରିଜିଓନାଲ କଲେଜ ଆଦି ପ୍ରତିଷ୍ଠା ହୋଇଥିଲା ବୋଲି ମତ ଦେବା ସହ ସେ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଂଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । ମାର୍ଚ୍ଚ ୫ କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଂଚାୟତ ରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ମାତ୍ର ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଂଚାୟତ ରାଜ ଦିବସ ଭାବେ ପାଳନ କରୁ ନଥିବାରୁ ଏଥି ନିମନ୍ତେ ସେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନଧାତା ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସ୍ୱପ୍ନ ଦେଖିଥିବା ନେତା ଥିଲେ ବିଜୁ ପଟ୍ଟନାୟକ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଉ ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ତାଙ୍କରି ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ତାଙ୍କର ସ୍ୱପ୍ନ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ସମ୍ଭବ ହୋଇଥିବା କହିଥିଲେ । ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, କାଉନ୍ସିଲର ପ୍ରବୀଣା ଜଗଦେ୍ଦବ, ଅମୀୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁ ସ୍ମୃ୍ତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସରପଂଚ, ସମିତିସଭ୍ୟ, କାଉନସିଲର, ପୂର୍ବତନ କାଉନ୍ସିଲର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏବଂ ବିଜୁପ୍ରେମୀମାନେ ଯୋଗ ଦେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *