ଚାଉଳଫୁପୁଡ଼ା କୁ ରାସ୍ତା ନାହିଁ କିନ୍ତୁ ଘୋଟାଲା ହୋଇ ସରିଯାଇଛି ଲକ୍ଷାଧିକ ଟଙ୍କା !

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ହଳଦୀ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ ଯାହାକୁ ଦେଖି ଆପଣ ବି କହିବେ ସରକାର ଓ ପ୍ରଶାସନ ମିଶି କେବଳ ଘୋଟାଲା କରିବା ପାଇଁ କାର୍ଯ୍ୟ କରିଆଶୁଛନ୍ତି । ହଳଦୀ ପଞ୍ଚାୟତ ର ଚାଉଳଫୁପୁଡ଼ା ଗ୍ରାମକୁ ଏକ କଂକ୍ରିଟ ରାସ୍ତା ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରି ଆସୁଛନ୍ତି ଗ୍ରାମବାସୀ କିନ୍ତୁ ପ୍ରଶାସନ ଆମ ପାଖରେ ସେତେ ପଇସା ନାହିଁ କହି ଏଡ଼ାଇ ଦେଉଛନ୍ତି । ହେଲେ ଏବେ ସେହି ଗ୍ରାମ ପଖେରେ ଥିବା ଯମୁନା ଡଙ୍ଗର(ପାହାଡ଼) ପାଇଁ ଏକ ରାସ୍ତା କରାଇଦେଲେ କେମିତି ? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଏହା ଏଥିପାଇଁ ଉଲ୍ଲେଖ କରିଛନ୍ତି ଗ୍ରାମବାସୀ କାରଣ ମୁଖ୍ୟ ରାସ୍ତା ରୁ ଗୋଟିଏ ପଟେ ଚାଉଳଫୁପୁଡ଼ା ଗାଁ କୁ ରାସ୍ତା ଯାଇଥାଏ ତ ଆଉ ଗୋଟିଏ ପଟେ ଯମୁନା ପାହାଡ଼ କୁ ରାସ୍ତା ଯାଏ । ଯଦିବା ତୀର୍ଥସ୍ଥଳୀ କୁ ଉନ୍ନତିକରଣ କରିବା ସ୍ଵାଗତ ଯୋଗ୍ୟ କଥା କିନ୍ତୁ ଅନ୍ୟ ପଟରେ ଚାଉଳଫୁପୁଡ଼ା ଗ୍ରାମବାସୀଙ୍କ କଥା କାହିଁକି ଶୁଣୁ ନାହାନ୍ତି ପ୍ରଶାସନ ? କଣ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି କାମ କରିପାରିବେନି କି ପ୍ରଶାସନ? ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଯଦି ଗ୍ରାମ ପାଇଁ ରାସ୍ତା ହୋଇ ପାରୁନାହିଁ, ତାଙ୍କ ପାଖରେ ଯଦି ଟଙ୍କା ନାହିଁ ତେବେ ଉନ୍ନତି କରଣ ପାଇଁ କେଉଁଠୁ ଆସିଲା ଏତେ ଟଙ୍କା ? ଏବେ ଗ୍ରାମବାସୀ ଙ୍କ ଅଭିଯୋଗ ରହିଛି ଯେ ରାସ୍ତା ତିଆରି ବାହାନା ରେ କେବଳ ଘୋଟାଲା କରିବା ପାଇଁ କାର୍ଯ୍ୟ କରୁଛନ୍ତି ପ୍ରଶାସନ । କାରଣ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ଚାଉଳଫୁପୁଡ଼ା ବାସୀଙ୍କୁ ଏକ କଂକ୍ରିଟ ରାସ୍ତା ଦେଇ ପାରୁ ନାହାନ୍ତି ଓ ସେହି ପାଖରେ ହିଁ ଲକ୍ଷ ଲକ୍ଷ ଟଙ୍କାର କାମ କରି ଘୋଟାଲା କରିଚାଲିଛନ୍ତି ପ୍ରଶାସନ । ଗାଁ କୁ ରାସ୍ତା ଟିଏ ନ ଥିବାରୁ ଅନେକ କାର୍ଯ୍ୟରୁ ବଞ୍ଚିତ ରହୁଛନ୍ତି ଗ୍ରାମବାସୀ । କୁନି କୁନି ପିଲାଙ୍କ ଭବିଷ୍ୟତ ଅନ୍ଧାର ହେଉଛି କେବଳ ଏକ ରାସ୍ତା ଅଭାବରୁ । କିନ୍ତୁ ପ୍ରଶାସନ କେବଳ ପିଶୀ କାରବାର କୁ ଆଖିରେ ରଖି କାମ କରି ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯମୁନା ପାହାଡ଼ ରେ ହେଉଥିବା କାମକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ କହିଛନ୍ତି ଲକ୍ଷାଧିକ ଟଙ୍କା ର ହଡ଼ପ(କାମ) ହେଉଛି କିନ୍ତୁ ଫଳକ ନାହିଁ । ଲୋକେ ବୁଝି ପାରୁ ନାହାନ୍ତି ଯେ କାମ କାହାର କେତେ ଟଙ୍କାର କଉଠି ର ବା କିଏ କରୁଛି । କୌଣସି ସୂଚନା ନଦେଇ ହେଉଛି କାମ । ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଇଛି, ଏବଂ ଲାଗୁଛି ଏହା କେବଳ ଘୋଟାଲା ପ୍ରକୃତିର କାର୍ଯ୍ୟ । ମୁରିବାହାଲ ବିଡିଓ ବାସନ୍ତି ସେଠୀ ଙ୍କୁ ଏବେ ଗୁହାରି ଯେ ଏହା ଉପରେ ନଜର ରଖି ପାଖରେ ଥିବା ଚାଉଳଫୁପୁଡ଼ା ଗ୍ରାମକୁ ଏକ କଂକ୍ରିଟ ରାସ୍ତା ର ମଞ୍ଜୁରୀ କରାଇବେ । ଏହା ଉପରେ ଦୃଷ୍ଟି ଆକର୍ଷଣ ପାଇଁ ସରପଞ୍ଚ ସୋମୀନା ସେଠ୍, ସମିତି ସଭ୍ୟ ଟୁନାମଣି ମହାନନ୍ଦ, ଜିଲ୍ଲା ପରିଷଦ ଗୋପୀନାଥ ପାଣିଗ୍ରାହୀ, ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବିଧାୟକ ଲକ୍ଷ୍ମଣ ବାଗ, ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କୁ ଅନୁରୋଧ ଏହା ଉପରେ ଦୃଷ୍ଟି ଦେଇ ଗାଁ କୁ ରାସ୍ତା ଟିଏ ଯୋଗାଇବେ । ଅଥଚ ଗାଁ ଲୋକେ ସମସ୍ତ କାର୍ଯ୍ୟ ରେ ପ୍ରତିନିଧି ମାନଙ୍କୁ ପ୍ରଶ୍ନରେ ଘେରିବା ସହ ଆନ୍ଦୋଳନ କରିବାରେ ପଛଘୁଞ୍ଚା ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ତତ୍ ସହିତ ଉପ ଜିଲ୍ଲାପାଳ ଓ ଜିଲାପାଳ ଙ୍କୁ ଚେତାବନୀ ଦେଇଛନ୍ତି ଯଦି ଆଗାମୀ କିଛି ଦିନ ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ନେଲେ ସରିଥିତି ଭୟାବହ ହେବ ।

Leave a Reply

Your email address will not be published. Required fields are marked *