ଗଁl କୁ ନାହିଁ ରାସ୍ତା, ୪ କିଲୋମିଟର ଖଟିଆରେ ବୁହାହେଲେ

ଗର୍ଭବତୀ: ୧୦/୯/୨୫) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ଖମ୍ବପଦର ଗାଁରୁ ଏଭଳି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ଗାଁର ମହିଳା ଅଲି ମାଝୀ ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।କିନ୍ତୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା। ଫଳରେ ଆଶାଦିଦିଙ୍କ ସହାୟତରେ ଆମ୍ବୁଲାନ୍ସ କର୍ମଚାରି ପରିବାର ଲୋକେ ଖଟିଆରେ ବୋହି ପାହାଡିଆ ରାସ୍ତରେ ଗର୍ଭବତୀ ମହିଳା ଜଣଙ୍କୁ ୪ କିଲୋମିଟର ଯାଏ ବୋହିନେବା ସହ ଗ୍ରାମ ଠାରୁ ୪ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ।ଏହାପରେ ଗର୍ଭବତୀ ମହିଳାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ।

ଗାଁକୁ ଭଲ ରାସ୍ତା ଖଣ୍ଡିଏ ପାଇଁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଉଥିଲେ ମଧ୍ୟ ସୁଫଳ ମିଳୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ପ୍ରକାସ ଥାଉକିଯେ ଦିର୍ଘଦିନ ଧରି କାଶୀପୁର ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଈଥିବା ବେଳେ।ବତ୍ର୍ତମାନ ସୁଦ୍ଧା କାଶୀପୁରକୁ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇଦିଆ ଯାଉନଥିବାରୁ ବିଭିନ୍ନ ସମୟରେ ରୋଗି ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତୁରନ୍ତ କାଶୀପୁରକୁ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବାକୁ ଦାବି କରା ଯାଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭୀଯୋଗ ହେଉଛି।

Leave a Reply

Your email address will not be published. Required fields are marked *