ରାଜପଥର ବୁଲାଣି ସ୍ଥାନରେ ନାହିଁ ସୁରକ୍ଷା ପ୍ରତିରୋଧକ ବାଡ।

ରଘୁନାଥପୁର:-୩୧/୧୦()ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ଗୋକୁଳପୁର ଗହନିଗଡା ନିକଟସ୍ଥ ଦୁଇଶହ ମିଟର ବୁଲାଣି ରାସ୍ତା ପାଲଟିଛି ମରଣଯନ୍ତା।ଏହି ବୁଲାଣି ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରତିରୋଧକ ବାଡ କରାଯାଇନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଗତ ମାସକ ମଧ୍ୟରେ ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାସହ ଅନେକ ବ୍ୟକ୍ତି ରାସ୍ତାର ପରିସୀମାକୁ ଜାଣିନପାରି ଗଛରେ ପିଟିହୋଇ ଗୁରୁତର ହୋଇପଡୁଛନ୍ତି।ଏପରିକି ଅନେକ କାର ଓ ଟ୍ରକ ରାସ୍ତା ପାର୍ଶ୍ଵରେ ଥିବା ଖାଲକୁ ଖସି ପଡ଼ୁଛନ୍ତି।ଏହାଛଡା ପାର୍ଶ୍ଵବର୍ତ୍ତୀ ଗ୍ରାମର ଲୋକେ ଗ୍ରାମରୁ ବାହାରି ରାସ୍ତାକୁ ଆସିବା ସମୟରେ ମଧ୍ୟ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବାର ସେମାନେ ଅଭିଯୋଗ କରିଛନ୍ତି।ଦୈନଦିନ ଗ୍ରାମରୁ ଏହି ରାସ୍ତା ଦେଇ ସ୍କୁଲ କଲେଜକୁ ଯାଉଥିବା ଛାତ୍ରୀଛାତ୍ର ଏବଂ ସାଧାରଣ ଲୋକେ ଯାତାୟାତ କରିଥାନ୍ତି।ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ପଞ୍ଚାୟତବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।ଜନସାଧାରଣଙ୍କ ଜାତାୟତକୁ ସୁଗମ ରଖିବା ପାଇଁ ଉକ୍ତ ଦୁଇଶହ ମିଟର ରାସ୍ତାର ଉଭୟ ପାର୍ଶ୍ଵରେ (ଡବ୍ଲୁ ମେଟାଲ ବିମ କ୍ରାସ ବ୍ୟାରିୟର)ଦୁର୍ଘଟଣା ପ୍ରତିରୋଧକ ସୁରକ୍ଷା ବାଡ ନିର୍ମାଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।ଏଥିପ୍ରତି ଜିଲ୍ଲାପାଳ ଓ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାପାଇଁ ଚଣ୍ଡୀପ୍ରାସାଦ ସିଂହ,ବିପିନ କୁମାର ସିଂହ,ଚନ୍ଦ୍ରଶେଖର ସିଂହ, ବିନୋଦ ବିହାରୀ ମହାନ୍ତି,କମଳାକାନ୍ତ ସାହୁ,ଦିଗାମ୍ବର ଜେନାଙ୍କ ସହ ଗ୍ରାମବାସମାନେ ଦାବୀ କରିଛନ୍ତି।ଏ ସମ୍ପର୍କରେ ଦାୟୀତ୍ୱରେ ଥିବା ଏସଡିଓ ରାଧାକାନ୍ତ ଭୂୟିଆଁଙ୍କୁ ପଚାରିବାର ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *