ଅମୃତ ଧାରା ରୁ ଝରୁନି ପାଣି
_ଅମୃତ ଧାରା ରୁ ଝରୁନି ପାଣି_ ଅନେକ ଅଂଚଳ ରେ ପାଣି ସମସ୍ୟା ଏକ ପ୍ରକାର ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥାଏ | ଏଣୁ ସରକାର ଏହାର ସମାଧାନ ନିମନ୍ତେ ଗାଁ ଗାଁ ରେ ଅମୃତ ଧାରା ଯୋଜନା କାର୍ଯ୍ୟକାରୀ କରିଥିଲେ | ପରନ୍ତୁ ଅମୃତ ଧାରା ତ ଅଛି ସେଥିରୁ ଝରୁନି ପାଣି | ଏପରି ଅବ୍ୟବସ୍ଥା ଦେଖୁବାକୁ ମିଳିଛି ଗୋଲାମୁଣ୍ଡା କେଗାଁ ଅଂଚଳ ରେ ଅକାମି ହୋଇ ପଡିଛି ସରକାରୀ ଯୋଜନା | ସାଧାରଣ ଲୋକଙ୍କ ଅସନ୍ତୋଷ ଦେଖୁବାକୁ ମିଳୁଛି | ଗୋଟେ ପଟେ ଖରା ଦିନ ଅନ୍ୟପଟେ ଜଳ ସମସ୍ୟା ତା ଭିତରେ ଯୋଜନା ରୁ ଉପକୃତ ହୋଇପାରୁନାହାନ୍ତି ଗ୍ରାମବାସୀ | ଯୋଜନା ପ୍ରଥମରୁ ହିଁ ଅନେକ ଉତ୍ସାହ ଏବଂ ଖୁସି ଦେଖୁବାକୁ ମିକିଥିଲା | ସବୁଦିନ ପାଇଁ ପାଣି ସମସ୍ୟା ଦୂର ହେବ ବୋଲି ଆଶା ରଖିଥିଲେ ଗ୍ରାମବାସୀ ପରନ୍ତୁ ତାହା ଏବେ ଫସର ଫାଟିଛି | କିଛି ଦିନ ଅମୃତ ସମାନ ପାଣି ପାଇ ଉପକୃତ ହେଲେ କିନ୍ତୁ ଏବେ ସମୁର୍ଣ ବନ୍ଦ ହୋଇଛି ସରକାରଙ୍କ ଜଳ ଯୋଗାଣ ମିଶନ |
